Odiapua.com

ଅନ୍ଧାର ରାତି ରେ ଶୂନସାନ୍ ରାସ୍ତା ରେ ଆମେତ କାଉଡିବାଲା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୮- ଶ୍ରାବଣ ମାସ ରେ ଶିବ ଲିଙ୍ଗ ରେ ଜଳ ପ୍ରଦାନ ପାଇଁ ବହୁ ମାନସିକ ଧାରୀ କାଉଡିଆ ମାନେ ବିଭିନ୍ନ ଘାଟ ରୁ ଜଳ ଉଠାଇ ଶିବଙ୍କର ବିଭିନ୍ନ ନାମ କୁ ଗାୟନ କରି ଚାଲି ଚାଲି  ନିଷ୍ଠାର ସହ ବିଭିନ୍ନ ଶିବ ମନ୍ଦିର ଲିଙ୍ଗ ରେ ଜଳ ଢାଳିଥାନ୍ତି ।  କିନ୍ତୁ ଗତ ୨ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ କୋଭିଡ୍ କଟକଣା ଲାଗୁ ହୋଇଛି । ଯାହାଫଳ ରେ ମାନସିକଧାରୀ ଙ୍କ ମାନସିକ ବ୍ୟାହତ ହୋଇଛି । କିନ୍ତୁ ଧିରେ ଧିରେ  କଟକଣା ତାଲା ଖୋଲିବା ଯୋଗୁଁ ମାନସିକଧାରୀ ମାନେ ଅନ୍ଧାର ରାତି ରେ ପୋଲିସ ଭୟରେ ଆଉ ଶିବ ନାମ ବୋଲ୍‌ବମ୍ ଡାକରା ନଦେଇ ଚୁପ୍ ଚାପ୍ ସେମାନଙ୍କ ମାନସିକ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଛି ।

ନୟାଗଡ ଜିଲ୍ଲା ମଝିଆଁଖଣ୍ଡ ରେ ଥିବା କମଳେଶ୍ୱର ଦେବ ପୀଠ ଯାହାକି ପଞ୍ଚସଖା ଅଚ୍ୟୁତାନନ୍ଦ ଦାଶ ଙ୍କ ସାଧନା ର ପୀଠ  ା ଯେଉଁଠାରେ କି ଅଚ୍ୟୁତାନନ୍ଦ ଦାଶ ଓଡିଆ ହରିବଂଶ ଲେଖିଥିଲେ ବୋଲି ରଣପୁର ରାଜବଂଶାବଳୀ ରେ ଉଲ୍ଲିଖିତ ଅଛି । ସେହି ମାହାତ୍ମ ଥିବା ପୀଠ ର ମାନସିକ ଧାରୀ ମାନେ ଅନ୍ଧାର ରାତି ରେ ପୋଲିସ ଭୟରେ ଦୁଇ ତିନି ଜଣ ଲେଖାଁଏ ଭାଗ ଭାଗ  ହୋଇ ମହାନଦୀ ରୁ ଜଳ ଉଠାଇ କାଉଡି ଧରି ଯାଇଥିବା ଦେଖିବାକୁ ମିଳିଛି । ଆଜି ସୋମବାର ସକାଳୁ କମଳେଶ୍ୱର ଙ୍କ ପୀଠ ରେ ଜଳ ଲାଗି କରାଯାଉଛି । ପୋଲିସ କାଉଡିଆ ଭାଇ ଙ୍କ ଯାତାୟତ କୁ ରୋକିବାର ଅବକାଶ ନାହିଁ ।