Odiapua.com

ଅନ୍ଧବିଶ୍ୱାର କୁପରିଣତି,ଗୁଣିଆ ସନ୍ଦେହରେ ଖାପପଚାଂୟତରେ ପତ୍ନୀସମ୍ମୁଖରେ ପିଟି ପିଟି ହତ୍ୟାକଲେ ଗ୍ରାମବାସୀ,୪ଗିରଫ

ମାଲକାନଗିରି,୨୨ା୧୨ (ଓଡିଆ ପୁଅ ) ବିଜ୍ଞାନ ଇଟଂରନେଟ ଯୁଗରେ ମଣିଷ ସମାଜ ଯେତେ ସଭ୍ୟ ଶିକ୍ଷତି ହେଉଥିବା ବେଳେ ଏବି ବି ଅନ୍ଧବିଶ୍ୱାସ କୁସଂସ୍କାରକୁ ଭୁଲି ପାରିନାହିଁ । ଅନ୍ଧବିଶ୍ୱାସର କୁପରିଣତିରେ ଜଣେଯୁବକକୁ ନିଜ ପତ୍ନୀସମ୍ମୁଖରେ ନିର୍ମମଭାବେ ପିଟି ପିଟି ହତ୍ୟାକରିବା ଭଳି  ଆମାନୁଷିକ ଘଟଣା ଦେଖିବାକୁ ମିଳିଛି, ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଚଂଳରେ । କାଲିମେଳା ଥାନାସ୍ଥ ଚିତ୍ରାଙ୍ଗପାଲି ପଚାଂୟତ ଅନ୍ତାଗୁଡା ଗ୍ରାମର ଇର୍ମା କାର୍ତାମୀ ନାମକ ଆଦିବାସୀ ଯୁବକ କୁ ଅନ୍ତାଗୁଡା ଗୁମୁକାଗୁଡା ଗ୍ରାମ ବାସୀ ମାନେ ଗତ କାଲି ରାତ୍ରରେ ଘରୁ ଉଠାଇନେଇ ଗ୍ରାମସଭାରେ ହାଜର କରିଥିଲେ । ସେ ଗୁଣିକରି ଅନ୍ତାଗୁଡା ଗ୍ରାମର ଜଣେ ବ୍ୟକ୍ତିକୁ ମାରିଦେଇଥିବାର ଅଭିଯୋଗ ତାଙ୍କ ନାମରେ ଥିଲା ।  ଇର୍ମା କେବଳ ରୋଗ ଶଯ୍ୟାରେ ପଡିଥିବା ବ୍ୟକ୍ତିଙ୍କୁ ଗତକାଲି ସକାଳେ କହିଥିଲେ ତୁମେ ଆଉବେସି ଦିନ ବଚିଂବ ନାହିଁ ଆଜି ଭିତରେ ମରି ଯିବ, ଏହି କଥା ହିଁ ତାଙ୍କ ପାଇଁ କାଳ ହେଲା ସତକୁ ସତ ସେହି ବ୍ୟକ୍ତି ସେହିଦିନ ସଂନ୍ଧ୍ୟାରେ ମରି ଯାଇଥିଲେ । ଇର୍ମା ଗୁଣି କରି ଦେଇଥିବାରୁ ତାଙ୍କର ମୃତ୍ୟୁ ହେଲା ବୋଲି ମୃତଙ୍କ ପରିବାର ଗ୍ରାମସଭାରେ ଅଭିଯୋଗ କରିବା ପରେ ଗ୍ରାମବାସୀ ମାନେ  ରାତ୍ରରେ ଆୟୋଜିତ ଗ୍ରାମସଭାରେ ଇର୍ମାଙ୍କ ପତ୍ନୀ ଜୋଗି କାର୍ତାମୀ ଙ୍କ ସମ୍ମୁଖରେ ଇର୍ମାଙ୍କୁ ପିଟି ପିଟି ମାରିଦେଇଥିଲେ । ଇର୍ମାଙ୍କ ପତ୍ନୀ ଯେତେ କାକୁତି ମିନତି ହୋଇ ଗୋଡ ହାତତଳେ ପଡିଥିଲେ ମଧ୍ୟ ଗ୍ରାମବାସୀ ମାନେ କିଛି ଶୁଣିନଥିଲେ । ଇର୍ମାଙ୍କ ପତ୍ନୀ ଜୋଗି କାର୍ତାମୀ କାଲିମେଳା ଥାନାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟାକରିଥିବା ଅନ୍ତାଗୁଡା ଓ ଗୁମୁକାଗୁଡା ଗ୍ରାମର ୧୦ରୁ ଉର୍ଦ୍ଦ ଲୋକଙ୍କ ନାମରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇବାପରେ କାଲିମେଳା ଥାନା ଅଧିକାରୀ ସେଶଦେବ ବେହେରା,ସବଇନିସପେକ୍ଟର ସୋମନାଥ ଦଳବେହେରା ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଇର୍ମାଙ୍କ ମୃତ ଶରୀର ଜବତ କରି  ଶବବ୍ୟବଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରଛନ୍ତି ।  ଏ ସଂପର୍କକେ କାଲିମେଳା ଥାନା କେସ ନମ୍ବର୨୦୬/୨୦୧୯,ଭାରତୀୟ ପିଙ୍ଗଳ କୋର୍ଡ୧୪୭/୧୪୮/୩୬୪/୩୦୨/ ୨୦୧/୧୨୦ବି/୧୪୯ ଧଫାରେ କେସ ରୁଜୁକରି ତଦନ୍ତ ଚଳାଇଛନ୍ତି । ଗିରଫ ଭୟରେ ଦୁଇଟି ଗ୍ରାମରୁ ପୁରୁଷ ଶୂନ୍ୟହୋଇପଡିଛି ,ଏତଲା ପାଇବାର କିଛି ଘଟାଂପରେ ଏହି ହତ୍ୟାରେ ସଂପୃକ୍ତି ଥିବା ଗୁମୁକାଗୁଡା ଗ୍ରାମର ସମା ମାଢୀ,ପଦିଆ ବେଟୀ,ଇନ୍ତାଗୁଡା ଗ୍ରାମର ଇର୍ମା ମାଢୀ,ଜଗା କାର୍ତାମୀ,୪ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କନିକଟରୁ ହତ୍ୟାକରା ଯାଇଥିବା ରକ୍ତଲଗା କାଠଫାଳିଆ ଜବତ କରାଯାଇ ଅନ୍ୟାମାନଙ୍କୁ ଖୋଜା ଚଳାଇଥିବାର ଜଣାପଡିଛି ।