Odiapua.com

ଅନ୍ତର୍ଜାତୀୟ ମହିଳା ବିରୋଧ ହିଂସା ନିରାକରଣ ଦିବସ

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋସାଇଟି ଫର ଉଇକର କମ୍ୟୁନିଟର ସଂପାଦିକା ସୋଫିଆ ସେକ୍‌ଙ୍କ ସଭାପତିତ୍ୱରେ ବାଇପାସ ସ୍ଥିତ ଆସିଆନା ସଭାଗୃହରେ ଅର୍ନ୍ତଜାତୀୟ ମହିଳା ବିରୋଧ, ହିଂସା ନିରାକରଣ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୁରକ୍ଷା ତଥା ପ୍ରୋଗ୍ରାମ ଅଧିକାରିଣୀ ଚନ୍ଦ୍ରା ସାହୁ ଯୋଗଦେଇ ଦିବସର ବିଷୟ ବସ୍ତୁ “ମହିଳା ଓ ଝିଅଙ୍କ ବିରୁଦ୍ଧରେ ହିଂସାର ଦମନ ପାଇଁ ସଂକ୍ରୀୟତା”ର ଆବଶ୍ୟକତା ଅଛି ବୋଲି କହିବା ସଂଗେ ସଂଗେ ବିଭିନ୍ନ ଆଇନ୍ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତାଭାବେ ଅଖିଳ ଭାରତୀୟ ଗଣତନ୍ତ୍ରିକ ମହିଳା ସମ୍ମିତିର ସଭାନେତ୍ରୀ ସୁରଚିତା ନାୟକ ଯୋଗଦେଇ ଘୋରଇ ହିଂସ, କର୍ମକ୍ଷେତ୍ରରେ ହିଂସା, ଶାରିରୀକ ଅତ୍ୟାଚାର, ମାନବ ଚାଲଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସଂପାଦିକା ସେକ ସୋଫିଆ ନିଜ ବକ୍ତବ୍ୟରେ ଦିନକୁ ଦିନ ମହିଳାଙ୍କ ଉପରେ ହିଂସା ବଢ଼ି ଚାଲିଛି ଏବଂ କୋଠର ଆଇନ୍‌ର ଆବଶ୍ୟକ ଅଛି ବୋଲି କହିଥିଲେ। ଏହି ଦିବସ ଅବସରରେ ୧୬ଦିନ କେମ୍ପନ୍ ଡିସେମ୍ବର ୧୦ପର୍ଯ୍ୟନ୍ତ ପାଳିତ ହେବ। ଏହି କାର୍ଯ୍ୟକ୍ରମରେ ଆସିଆନାର ସ୍ୱାଧାର ଗୃହର ଅନ୍ତେବାସୀ ଓ ମୁକ୍ତାଶ୍ରେୟର କେନ୍ଦ୍ରର ଅନ୍ତେବାସୀମାନେ ଯୋଗଦେଇଥିଲେ। ଶେଷରେ ସ୍ୱାଧାର ଗୃହର ପରାମର୍ଶ ଦାତ୍ରୀ ଅନିମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୃହର ଅଧିକ୍ଷକ ସବାନା ସେକ, କର୍ମକର୍ତ୍ତା ଶାନ୍ତିଲତା ସ୍ୱାଇଁ, ଭାଗ୍ୟଶ୍ରୀ ମହାକୁଡ, କାଦମ୍ବିନୀ ଜେନା, ଅର୍ଚ୍ଚନା ନାୟକ, ମମତା ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।