ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ୟାଗ ଓ ତିତିକ୍ଷାର ପବିତ୍ରଭୂମି ଭଦ୍ରକର ସଂସ୍କୃତି ଭବନ ପରିସରରେ ଅତ୍ୟନ୍ତ ଆବେଗପୂର୍ଣ୍ଣ ପରିବେଶ ମଧ୍ୟରେ ଲୋକପ୍ରିୟ ଜିଲ୍ଲାପାଳ ଡକ୍ଟର ଦିଲିପ୍ ରାଉତରାୟଙ୍କୁ ଭବ୍ୟ ‘ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଅନ୍ତରର ସାଂସ୍କୃତିକ ଚେତନା ଜଣେ ପ୍ରଶାସକଙ୍କୁ ସଂବେଦନଶୀଳ କରାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜଣେ ଶାସକ ନିଜର ଆତ୍ମୀୟତା, ନମ୍ରତା ଓ ସମୟୋଚିତ କାର୍ଯ୍ୟ ଦ୍ୱାରା ଜନସାଧାରଣଙ୍କ ହୃଦୟ ଜିଣିପାରନ୍ତି, ଆଜିର ଏହି ନାଗରିକ ସମ୍ବର୍ଦ୍ଧନା ତାହାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିଲା। ‘ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ’ର ସଭାପତି ଶ୍ରୀଯୁକ୍ତ ଅଜୟ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଭଦ୍ରକ ଜିଲ୍ଲାର ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଓ ନାଗରିକବୃନ୍ଦ ଯୋଗଦେଇ କର୍ମଯୋଗୀ ଜିଲ୍ଲାପାଳଙ୍କ ସେବା ମନୋଭାବର ଉଚ୍ଚପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ କାକଟପୁରର ପୂର୍ବତନ ବିଧାୟକ ସ୍ୱର୍ଗତ ବୈକୁଣ୍ଠନାଥ ସ୍ୱାଇଁଙ୍କ ସୁଯୋଗ୍ୟ କନ୍ୟା ତଥା ଜିଲ୍ଲାପାଳଙ୍କ ସହଧର୍ମିଣୀ ପ୍ରୀତିଲତା ରାଉତରାୟ ଉପସ୍ଥିତ ଥିବାବେଳେ, ଅତିଥି ବକ୍ତା ଭାବେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଜିଲ୍ଲାପାଳଙ୍କ କର୍ମମୟ ଜୀବନ ଓ ନମ୍ର ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଐତିହାସିକ ସମାରୋହରେ ଭଦ୍ରକ ଜିଲ୍ଲାର କୋଣ-ଅନୁକୋଣରୁ ଆସିଥିବା ମୋଟ ୫୪ଟି ସାମାଜିକ, ସାଂସ୍କୃତିକ, ସାହିତ୍ୟିକ, ସେବା ଓ ନାଗରିକ ସଂଗଠନ ଜିଲ୍ଲାପାଳ ଡକ୍ଟର ଦିଲିପ୍ ରାଉତରାୟଙ୍କୁ ଉତ୍ସବରେ ପୁଷ୍ପଗୁଚ୍ଛ, ଉତରୀୟ, ମାନପତ୍ର ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ତ୍ୟାଗଭୂମିର ସମ୍ପାଦକ ଅଧିବକ୍ତା ଗଦାଧର ବଳ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ରୂପକ ବିହାରୀ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ, ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ଇଂ. ଅଖିଳ କୁମାର ପାଢ଼ୀ, ଡ. ପ୍ରମୋଦ କୁମାର ନାୟକ, ସୁଧାକର ରାଉତ, ଅଧ୍ୟାପକ ନାସିର ବକ୍ସ, ସଂଗ୍ରାମୀ ବୈଲୋଚନ ଜେନା, ମୁସ୍ତାକ ଗହ୍ୱର, ଗୟାଧର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ନରେନ୍ଦ୍ର ସାମଲ, ପ୍ରଭାତ ଦାସ, କୈଳାଶ ପଣ୍ଡା ପ୍ରମୁଖ ଶୁଭେଚ୍ଛା ବକ୍ତବ୍ୟ ପ୍ରଦାନ କରିଥିଲେ। ଭଦ୍ରକ ବୈଶାଖୀ ମେଳା, ବୁଢ଼ା ଗଣେଶ, ଜିଲ୍ଲା ପୁସ୍ତକ ମେଳା,? ଉତ୍କଳ ସମ୍ମିଳନୀ, ସାଳନ୍ଦୀ ସାହିତ୍ୟ ସଂଗମ, ସଂଗ୍ରାମୀ ହନିଫ୍ କ୍ଲବ୍, ଇଣ୍ଡିଆନ ମେଡିକାଲ ଆସୋସିଏସନ, ଗାନ୍ଧି ଶାନ୍ତି ପ୍ରତିଷ୍ଠାନ, ସର୍ବୋଦୟ ମଣ୍ଡଳ, ଗାନ୍ଧି ବିଚାର ମଞ୍ଚ, ଲାୟନ୍ସ କ୍ଲବ, ପ୍ରେମପୃଥିବୀ, ଆଂଚଳିକ ସେବା ସଂଘ, ବସନ୍ତ ମୁଦୁଲି ସ୍ମୃତି ସଂସଦ, ସବୁଜ ସାଥୀ ସାମ୍ମୁଖ୍ୟ, ହରେକୃଷ୍ଣ ମହତାବ ସ୍ମୃତି ସଂସଦ, ଗାନ୍ଧି ଓଡ଼ିଶା ବାଳାଶ୍ରମ, ବିପ୍ଳବୀ ଚକ୍ରଧର ବେହେରା ସ୍ମୃତି ସଂସଦ, ସନାତନ ମହାନ୍ତି ସ୍ମୃତି ସଂସଦ, ଚରମ୍ପା ସାହିତ୍ୟ ସଂସ୍କୃତି ମଂଚ, କାନ୍ତକବି ସାଂସ୍କୃତିକ ପରିଷଦ, ପୂଜ୍ୟପୂଜା ସଂସଦ, ବଂଶୀବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ, ଶତୃଘ୍ନ ନାଥ ସ୍ମୃତି ପରିଷଦ, ଭାଗୀରଥୀ ପାଠାଗାର, ଭଦ୍ରକ ସାହିତ୍ୟ ପରିଷଦ, କୋଣାର୍କ କ୍ଲବ୍, ଅପୂର୍ବ ରଞ୍ଜନ ରାୟ ସ୍ମୃତି ସଂସଦ, ସ୍ୱାଧୀନତା ସଂଗ୍ରାମୀ ଗୌରାଙ୍ଗ ଚନ୍ଦ୍ର ମହାନ୍ତି ସ୍ମୃତି ସଂସଦ, ସାଳନ୍ଦୀ ଦୁର୍ଗାପୂଜା କମିଟି, ବିଷୁବ ପରିଷଦ, ବିମଳା ନାଟ୍ୟ ସଂସଦ, ଫକୀରମୋହନ ସ୍ମୃତି ସଂସଦ, ରୋଟାରୀ କ୍ଲବ୍, କବିଶେଖର ଚିନ୍ତାମଣି ମହାନ୍ତି ସ୍ମୃତି ସଂସଦ, ପୂର୍ଣ୍ଣିମା ଆସର, ଟୋକା ଗଣେଶ ଚାନ୍ଦିମେଢ଼, ଭଦ୍ରକ ଡାଇବେଟିସ ଫାଉଣ୍ଡେସନ, ସାଳନ୍ଦୀ ନାଗରିକ ପରିଷଦ, ଜଗନ୍ନାଥ ପଟ୍ଟନାୟକ ସ୍ମୃତି ସଂସଦ, ମନମୋହନ ସଙ୍ଗୀତ ପରିଷଦ ଇତ୍ୟାଦି ଅନୁଷ୍ଠାନ ସମ୍ବର୍ଦ୍ଧନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସମ୍ବର୍ଦ୍ଧିତ ପ୍ରତିଭା ଜିଲ୍ଲାପାଳ ଡକ୍ଟର ରାଉତରାଏ ସମ୍ବର୍ଦ୍ଧନାର ଉତର ପ୍ରଦାନ କରିଥିଲେ। ତ୍ୟାଗଭୂମିର କାର୍ଯ୍ୟକାରୀ ସଭାପତି ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତେ ଶ୍ରୀଜଗନ୍ନାଥଙ୍କ ଅଭଡ଼ା ସେବନ କଲାପରେ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଥିଲା। ‘ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ’ର ଏହି ପ୍ରଶଂସନୀୟ ଓ ମହନୀୟ ପ୍ରୟାସ ସମଗ୍ର ଭଦ୍ରକ ଜିଲ୍ଲାରେ ଏକ ଭାବପୂର୍ଣ୍ଣ ଓ ଗୌରବମୟ ପରିବେଶ ସୃଷ୍ଟି କରିଥିଲା ବୋଲି ମତପ୍ରକାଶ ପାଇଥିଲା।
ଅନ୍ତରର ସାଂସ୍କୃତିକ ଚେତନା ହିଁ ପ୍ରଶାସକଙ୍କୁ ସଂବେଦନଶୀଳ କରେ,ଭଦ୍ରକ ଜିଲ୍ଲାପାଳ ଡକ୍ଟର ଦିଲିପ୍ ରାଉତରାଏଙ୍କୁ ଭବ୍ୟ ନାଗରିକ ସମ୍ବର୍ଦ୍ଧନା
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????