Odiapua.com

ଅନ୍ତଃସତ୍ତ୍ୱା ନବବଧୂଙ୍କୁ ହତ୍ୟା!

ଢେଙ୍କାନାଳ ୧୭-୮ (ଓଡ଼ିଆ ପୁଅ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାରେ ଜଣେ ନବ ଗର୍ଭବତୀ ନବବଧୂଙ୍କୁ ହତ୍ୟା ଅଭିଯୋଗ ହୋଇଛି। ମିଳିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛିଯେ, ଯୌତୁକ ପାଇଁ ୪ ମାସ ଅନ୍ତଃସତ୍ତ୍ୱା ନବବଧୂଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବାପଘର ଲୋକେ।

ସୂଚନାଯୋଗ୍ୟଯେ, ୮ ମାସ ତଳେ ସୁରପ୍ରତାପପୁରରେ କଲ୍ୟାଣୀ ସ୍ୱାଇଁ ବିବାହ କରିଥିଲେ। ସେ ୪ ମାସର ଗର୍ଭବତୀ ଥିଲେ, ତେବେ ତାଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏ ନେଇ କାମାକ୍ଷାନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ମୃତକ ମହିଳା ଙ୍କର ଶବ ଜବତ କରି ପୋଲିସ୍ ଅନୁସନ୍ଧାନ ଚଳାଇଛି।