Odiapua.com

ଅନୁସୂଚିତ ଜାତି ଜନଜାତି ବିଭାଗରେ ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବିକଲେ ଶିକ୍ଷିତ ଯୁବକ ଯୁବତୀ

ମାଲକାନଗିରି,୨୭ା୧ (ଓଡିଆ ପୁଅ )ମାଲକାନିଗିରି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ରେ ଦୀର୍ଘବର୍ଷ ହେଲା ଶତାଧିକ ଶିକ୍ଷକ ପଦବି ଖାଲିପଡିଥିଲେ ମଧ୍ୟ ସେ ଗୁଡିକୁ ପୁରଣ ହେଉ ନଥିବାରୁ ଶିକ୍ଷାଦାନରେ ଘୋରବାଧା ସୃଷ୍ଟି ହେଉଥିବାରୁ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ଆଜି ଜିଲ୍ଲାପାଳଙ୍କ ନିକଟରେ ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀ ମାନେ ଦାବିକରିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ବିଭିନ୍ନ ବିଦ୍ୟାଳୟରେ ୬୫ଟି ଚୁକ୍ତିଭତିକ ଶିକ୍ଷକ ପଦବି ନିମନ୍ତେ ଗତ୩୧.୧୧.୨୦୧୮ରେ ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଏହି ବିଜ୍ଞାପନ ଅନୁସାରେ ଜିଲ୍ଲା ତଥା ଜିଲ୍ଲାବାହର ରୁ ୨୨୦୦ରୁ ଉର୍ଦ୍ଦ ପ୍ରାର୍ଥୀ,ପ୍ରାର୍ଥୀନୀ ମାନେ ଆବେଦନ କରିଥିଲେ । ଦୀର୍ଘ ୧୪ମାସରୁ ଉର୍ଦ୍ଦ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ପ୍ରକ୍ରୀୟା ଆରମ୍ଭ କରାଯାଇନାହିଁ, ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ବୟସ ଗଡିଯିବା ସହ ଦିନକୁ ଦିନ ବେକାରୀ ସଂଖ୍ୟା ବୃଦ୍ଧିପାଇ ସେମାନେ ନିଜପରିବାର ପ୍ରତିପୋଷଣର କରିବା ପାଇଁ ଅକ୍ଷମ ହୋଇପଡିଛନ୍ତି । ଆବେଦନକାରୀ ମାନଙ୍କ ସମସ୍ତପ୍ରକାର ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ନିଯୁକ୍ତି ପାଇପାରୁ ନାହାଁନ୍ତି, ଏହି ଶିକ୍ଷକ ପଦ ପାଇଁ ଆଶାକରି ଅନ୍ୟତ୍ର ଆବେଦନ କରିପାରୁନଥିବା ବେଳେ ସେମାନଙ୍କର ଚାକିରି କରିବା ବୟସ ଅତିକ୍ରାନ୍ତ ହେବାକୁଯାଉଛି । ତୁରନ୍ତ ଶିକ୍ଷକ ନିଯୁକ୍ତି ପ୍ରକ୍ରୀୟା ଆରମ୍ଭ କରା ନଗଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆବେଦନ କାରୀ ଶତାଧିକ ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନେ ଆମରଣ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ଆବେଦନ କାରୀ ମାନେ ଜିଲ୍ଲାପାଳ ଓ ଜିଲ୍ଲାମଙ୍ଗଳ ଅଧିକାରୀଙ୍କୁ ଆଜି ଦରଖାସ୍ତ ମାଧ୍ୟମରେ ଜଣାଇଛନ୍ତି ।