Odiapua.com

ଅନୁସୂଚିତ ଜାତିର ନାବାଳିକାକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିବା ଅଭିଯୋଗରେ ୭ କୋର୍ଟ ଚାଲାଣ

ନୟାଗଡ଼ ୩୧/୦୩ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅନୁସୂଚିତ ଜାତିର ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଅନ୍ତସତ୍ତ୍ୱା କରିବା ଘଟଣା ନେଇ ନାବାଳିକାର ବାପା ରଣପୁର ଥାନାରେ ଅଭିଯୋଗ କରିଥିଲେ। ଯାହାଫଳରେ ଅନ୍ତସତ୍ତ୍ୱା କରିଥିବା ଯୁବକର ପରିବାର ନାବାଳିକାକୁ ମାଡ଼ମାରୀ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଯାତନା ଦେଉଥିଲେ। ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ନିର୍ଦ୍ଦେଶରେ ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ନା ବାଳିକାର ପିତାଙ୍କ ଏତଲା ଅନୁଯାଇ ତାଙ୍କର ଝିଅ (୧୪ ବର୍ଷ) କୁ ସେହି ଗ୍ରାମର ବ୍ରଜରାଜପୁର ଗ୍ରାମର ତପନ ପରିଡାଙ୍କ ବଡ ପୁଅ ଘରକୁ ଡାକି ନେଇ ଯୋର ଜବରଦସ୍ତ ଶାରିରୀକ ସର୍ମ୍ପକ ରଖିଆସୁଥିଲା। ଫଳରେ ନା ବାଳିକା ଅନ୍ତସତ୍ତ୍ୱା ହେବା ଘଟଣା ନିଜ ପିତାଙ୍କୁ ଜଣାଇଥିଲେ। ପିତା ଘଟଣା ସର୍ମ୍ପକରେ ସରପଞ୍ଚ ସ୍ୱର୍ଣ୍ଣଲତା ପାତ୍ର ଓ ମହିଳା ୱାର୍ଡ ମେମ୍ବରକୁ ଜଣାଇଥିଲେ।

ମହିଳା ସରପଞ୍ଚ ଙ୍କ ସ୍ୱାମୀ ଭଗବାନ ପାତ୍ର ବ୍ରଜରାଜପୁର ମହିଳା ୱାର୍ଡ ମେମ୍ବରଙ୍କ ସ୍ୱାମୀ ସୌଭାଗ୍ୟ ବେହେରା କୁ ଡାକି ଗ୍ରାମରେ ବୈଠକ କରି ଘଟଣାର ସମାଧାନ ପାଇଁ କହିଥିଲେ। ଦିନ ଗଡାଇ ଘଟଣାକୁ ଚାପିଦେବା ଉଦ୍ୟମ କରିବାରୁ ରଣପୁର ଥାନାରେ ପିତା ଅଭିଯୋଗ କରିଥିଲେ। ଅଭିଯୋଗ ପାଇଁ ରଣପୁର ପୋଲିସ ବ୍ରଜରାଜପୁରକୁ ଯାଇ ଅଭିଯୁକ୍ତ ବାବୁ ପରିଡାକୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ବେଳେ ବାବୁ ପରିଡାଙ୍କ ପରିବାର ଲୋକେ ନାବାଳିକାକୁ ଜାତିଆଣ ଆକ୍ଷେପ କରିବା ସହ ମାଡ଼ମାରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଯାତନା ଦେଇଥିଲେ। ଏ ଖବର ପାଇ ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି, ବିନୟ କୁମାର ପରିଡା ଓ ଅନ୍ୟ କର୍ମଚାରୀମାନେ ତୁରନ୍ତ ନିର୍ଯ୍ୟାତିତା ନାବାଳିକାକୁ ଉଦ୍ଧାର କରିବା ସହ ୭ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ମାନେ ହେଲେ ଦିଲ୍ଲିପ କୁମାର ତୋଟାଳ ଓରଫ୍ ସିପୁ, ରବି ପରିଡା ଓରଫ୍ ଟୁଙ୍ଗା, ରିନା ପରିଡା ଓରଫ୍ ଅଶାନ୍ତି, ସଞ୍ଜୁ ପରିଡା, ମଞ୍ଜୁ ମତା ଓ ଛାଇ ବେହେରାକୁ ମାଡ଼ ମାରିବା, ଜାତିଆଣ ଆକ୍ଷେପ କରିବା ଆଦି ଅଭିଯୋଗରେ ନୟାଗଡ ପୋସ୍କୋ ଅଦାଲତକୁ ଚାଲାଣ କରିଥିବା ଜଣାପଡିଛି। ଅନ୍ୟ ୩ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ସେମାନଙ୍କୁ ଖୋଜୁଛି। ଘଟଣାଟି ବ୍ରଜରାଜପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି।