Odiapua.com

ଅନୁସୁଚିତ ଜାତି ବର୍ଗଙ୍କ ବିକାଶ ପାଇଁ କେନ୍ଦ୍ରରେ ବିଜେପି ସରକାର ପ୍ରତିଶୃତିବଦ୍ଧ:ବିଜେପି

ଭୁବନେଶ୍ୱର ୧୯/୦୭ (ଓଡ଼ିଆ ପୁଅ) : ଗତ ୫ ବର୍ଷ ଶାସନରେ ଅନୁସୁଚିତ ଜାତି ବର୍ଗଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ବହୁ କଲ୍ୟାଣମୂଳକ ଯୋଜନାର ସଫଳ କାର୍ଯ୍ୟନ୍ୱୟନ କରିଛନ୍ତି। ବିଶେଷ କରି ଅନୁସୁଚିତ ଜାତି ବର୍ଗ ବିଶେଷଙ୍କ ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ପାଇଁ ଗତ ୫ ବର୍ଷର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦୃଢ ପ୍ରତିଶୃତିବଦ୍ଧ ବୋଲି ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଓ ରେଳଯାତ୍ରୀ ସେବା କମିଟିର ଚେୟାରମେନ ଶ୍ରୀ ରମେଶ ଚନ୍ଦ୍ର ରତନ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଶ୍ରୀ ରତନ କହିଛନ୍ତି ଯେ, କେନ୍ଦ୍ରରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଦେଶରେ ରେଳ ବିଭାଗରେ ବହୁ କାର୍ଯ୍ୟ ହେବା ସହ ରେଳଯାତ୍ରୀଙ୍କ ସୁବିଧା ପାଇଁ ବହୁ ଦୃଷ୍ଟାନ୍ତମୁଳକ କାର୍ଯ୍ୟ କରିଛନ୍ତି। ବିଶେଷ ଭାବେ ରେଳଯାତ୍ରୀଙ୍କ ସୁରକ୍ଷା, ଖାଦ୍ୟ, ଶୈାଚାଳୟ, ବିଭିନ୍ନ ମୈାଳିକ ଭିତିଭୁମିର ବହୁ ବିକାଶ ହୋଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ମୋର୍ଚ୍ଚାର ରାଜ୍ୟ ସଭାପତି ସୁଶାନ୍ତ ମଲ୍ଲିକ, ପଂଚାନନ ରାଉତ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।