Odiapua.com

ଅନୁଚ୍ଛେଦ ୩୭୦ ହଟାଯିବାର ୬ ମାସ ପରେ ସାମନାକୁ ଆସିଲା ନଜରବନ୍ଦୀ ଉମର ଅବଦୁଲ୍ଲାଙ୍କର ଫଟୋ, ସୋସିଆଲ ମିଡ଼ିଆ ଫଟୋ ଭାଇରାଲ – ଏମିତି କମେଟ୍ସ ଦେଉଛନ୍ତି ୟୁଜର୍ସ

ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ପରେ କେନ୍ଦ୍ର ସରକାର କାଶ୍ମୀରଘାଟୀରେ ଅନେକ ରାଜନେତାଙ୍କୁ ନଜରବନ୍ଦୀ କରିଛନ୍ତି। ଏମାନଙ୍କ ମଧ୍ୟରେ ନ୍ୟାସନାଲ କନ୍ଫ୍ରେନ୍ସ ପାର୍ଟୀର ଲିଡର ଉମର ଅବଦୁଲ୍ଲା ମଧ୍ୟ ସାମିଲ ଅଛନ୍ତି। ନଜରବନ୍ଦୀ ହେବାର ୬ ମାସ ପରେ ଏବେ ସୋସିଆଲ ମିଡ଼ିଆରେ ଉମର ଅବଦୁଲ୍ଲାଙ୍କର ଏକ ଫଟୋ ସାମନାକୁ ଆସିଛି। ଏହି ଫଟୋ ତାଙ୍କର ବର୍ତ୍ତମାନର ଫଟୋ ବୋଲି କୁହାଯାଉଛି। ଏହି ଫଟୋକୁ ଦେଖିକରି କାହାକୁ ମଧ୍ୟ ବିଶ୍ୱାସ ହେବ ନାହିଁ କି ଏ ହେଉଛନ୍ତି ଜାମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କର ଫଟୋ ବୋଲି। କଳା ଧଳା ଦାଢ଼ିର ଏହି ଫଟୋ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେଉଛି।

ସୋସିଆଲ ମିଡ଼ିଆରେ ଉମର ଅବଦୁଲ୍ଲାଙ୍କର ଯେଉଁ ଫଟୋ ଭାଇରାଲ ହେଉଛି ସେଥିରେ ସେ ବରଫ ଉପରେ ଠିଆ ହୋଇଥିବାର ଦେଖାଯାଉଛନ୍ତି। ନୀଳ ଟି-ସାର୍ଟି ପିନ୍ଧି ଏବଂ ଗ୍ରେ କଲରର ଟୋପି ଲଗାଇଛନ୍ତି। ତାଙ୍କ ସାର୍ଟ୍ ଉପରେ ବରଫ ମଧ୍ୟ ଜମା ହୋଇଛି। ଏହା ଦେଖିଲା କ୍ଷଣି ଲାଗୁଛି କି ଏହି ଫଟୋ ହାଲକା ବରଫପାତ ହେବା ସମୟରେ ଉଠାଯାଇଛି।

ନ୍ୟାସନାଲ କନ୍ଫ୍ରେନ୍ସର ନେତା ଉମର ଅବ୍ଦୁଲ୍ଲାଙ୍କର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ନେଇକରି ୟୁଜର୍ସ ବିଭିନ୍ନ ପ୍ରକାରର କମେଂଟ୍ସ ମଧ୍ୟ କରୁଛନ୍ତି। TabeshQ ଆକାଉଣ୍ଟର ୟୁଜର ଉମର ଅବ୍ଦୁଲ୍ଲାଙ୍କର ଦୁଇଟି ଫଟୋ ଗୋଟିଏ ସାଥିରେ ସେୟାର କରିଛନ୍ତି। ନିଜ ପୋଷ୍ଟରେ ଲେଖିଛନ୍ତି କି ଆର୍ଟିକଲ ୩୭୦ ହଟାଯିବା ପୂର୍ବ ଏବଂ ତା’ ପରେ! ଯଦି ମୁଁ ଏଥିରେ ଭୁଲ ପଢ଼ୁନାହିଁ ତେବେ Optics ର ଅର୍ଥ Resistance ଅଟେ। କିନ୍ତୁ ଆପଣ କାଶ୍ମୀରର ଅବ୍ଦୁଲ୍ଲାଙ୍କ ଉପରେ ଭରସା କରି ପାରିବେ ନାହିଁ। ଦୁର୍ଭାଗ୍ୟପୂର୍ଣ୍ଣ!

ଜଣେ ୟୁଜର ଏସ୍ ପି ମହାପାତ୍ର ଲେଖିଛନ୍ତି ‘କ’ଣ ୟେ ଉମର ଅବ୍ଦୁଲ୍ଲା? ହେ ଭଗବାନ, ଆର୍ଟିକଲ ୩୭୦ ର ଭଲ ପ୍ରଭାବ। ରୁବିକା ଲିୟାକତଜୀ ଦୟାକରି ଫାରୁକ ଅବ୍ଦୁଲ୍ଲାଙ୍କର ଫଟୋ ମଧ୍ୟ ସେୟାର କରନ୍ତୁ ଏବଂ ମେହବୁବା ମୁଫ୍ତୀଙ୍କର ମଧ୍ୟ।’