Odiapua.com

ଅନୁଗୁଳ ଜିଲ୍ଲାରେ ପ୍ରବେଶ କଲା କରୋନା – ଆଜି ପୁଣି ୫୮ ଆକ୍ରାନ୍ତ

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ଏବେ ଅନୁଗୁଳ ଜିଲ୍ଲା ମଧ୍ୟ କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଯାଇଛି। ଅନୁଗୁଳ ଜିଲ୍ଲାରେ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ପୁଣି ୫୮ ଆକ୍ରାନ୍ତକରୋନା ନେଲା ତୃତୀୟ ମୁଣ୍ଡ। ତାହା ପୁଣି ଗଞ୍ଜାମ ଜିଲ୍ଲାରୁ। ଏବେ ପ୍ରଥମ କରୋନା ମୃତକ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ଯୋଜି ହୋଇଯାଇଛି। ପୂର୍ବରୁ ଦୁଇ ଜଣଙ୍କର ମୃତ୍ୟୁ ଖୋର୍ଦ୍ଧା ଜିଲ୍ଲାରୁ ଥିଲା। ଏବେ ପ୍ରଥମ ମୃତ୍ୟୁ ଖବର ଗଞ୍ଜାମ ଜିଲ୍ଲାରୁ ଆସିଛି।

ରାଜ୍ୟରେ ପୁଣି ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୧୭ ସକ୍ରିୟ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରେ ୧୫ ଜଣ ଏବଂ ଅନୁଗୋଳ ଜିଲ୍ଲାରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି।

ଆଜି ସକାଳେ ରାଜ୍ୟରେ ପୁଣି ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୩୫୨କୁ ବୃଦ୍ଧି ପାଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୩ ରେ ପହଁଚିଛି।

ରାଜ୍ୟରେ ପୁଣି ୫୮ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ – ମୋଟ ସଂଖ୍ୟା ୩୫୨କୁ ବୃଦ୍ଧି – ମୋଟ ମୃତକ ୩