Odiapua.com

ଅନିୟମିତତା ଭାବେ ଖାଦ୍ୟ ସାମଗ୍ରୀ ବଂଟନଯୋଗୁୃଁ ରିଟେଲରଙ୍କୁ ସସପେଣ୍ଡ

ପୁରୀ, ୧୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୌରାଚଂଳ ମଧ୍ୟରେ ଥିବା ପିଡିଏସ ଲାଇସେନ୍ସ ପ୍ରାପ୍ତ ରିଟେଲର ଦିଲ୍ଲୀପ ପାତ୍ରଙ୍କୁ ଅନିୟମିତତା ଭାବେ ଖାଦ୍ୟ ସାମଗ୍ରୀ ବଂଟନ କରୁଥିବା ଯୋଗୁଁ ତାଙ୍କୁ ସସପେଣ୍ଡ କରାଯାଇଛି। କାବିଡ-୧୯ ଯୋଗୁଁ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ସହକାରୀ ଯୋଗାଣ ଅଧିକାରୀ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସରକାରଙ୍କର ବିଭିନ୍ନ ୱାର୍ଡରେ ଖାଉଟିମାନଙ୍କୁ ସେମାନଙ୍କର ଖାଦ୍ୟ ସାମଗ୍ରୀ ଦୁଆର ନିକଟରେ ପହଂଚାଇବା ପାଇଁ ନିୟମ ରହିଥିଲେ ମଧ୍ୟ ବିଭିନ୍ନ ସରକାରୀ ଖୁଚୁରା ବ୍ୟବସାୟୀମାନେ ଏହି ନିୟମକୁ ଉଲ୍ଲଘଂନ କରି ସେମାନଙ୍କ ଦୋକାନ ସମ୍ମୁଖରେ ଖାଦ୍ୟ ସାମଗ୍ରୀ ବଂଟନ କରୁଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ଜିଲ୍ଲା ଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯାଇଥିଲେ ସୁଦ୍ଧା କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିବା ବିଭିନ୍ନ ମହଲରୁ ଦାବି ହେଉଛି।