Odiapua.com

ଅନିଲ ମହାନ୍ତି ଏକା ଧାରାରେ ଶିକ୍ଷାବିତ, ସମାଜସେବୀ ଓ ପରୋପକାରୀ, ପ୍ରଥମ ଶ୍ରାଦ୍ଧବାର୍ଷିକ ଏବଂ ସ୍ମୃତି ଚାରଣ ସଭା

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଜାଗୁଳା ପଂଚାୟତର ଶିକ୍ଷକ ସ୍ୱର୍ଗତ ଅନିଲ କୁମାର ମହାନ୍ତି ଏକାଧାରାରେ ଜଣେ ଶିକ୍ଷାବିତ ନୁହନ୍ତି ଜଣେ ସମାଜସେବୀ ଏବଂ ପରୋପକାରୀ ମଣିଷଟିଏ ବୋଲି ଭଦ୍ରକ ଜି୍‌ଲ୍ଲାରେ ଜଣେ ଖ୍ୟାତ । ମାତ୍ର ଆଜି ଭଳି ଦିନରେ ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକରେ ତାଙ୍କର ପ୍ରତିମୂର୍ତି ଉନ୍ମୋଚନ ହେବା ସହ ହୋଇଥିବା ସଭାରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ତାଙ୍କର ଗୁଣାଗାନ କରିବା ସହ ସେ କିପରି ଘଂଟେଶ୍ୱର ଅଂଚଳରୁ ଆସି ପ୍ରଥମେ ପଂଚୁଟିକ୍ରି ହାଇସ୍କୁଲରେ ନିଜର ପ୍ରଥମ ଶିକ୍ଷାଦାନ ଆରମ୍ଭ କରିଥିବା ବେଳେ ପୁନଶ୍ଚ ଶଶିକାଦେଇପୁର ପରେ ଏକ ବଳଦଗାଡିରେ ସୁଦୂର ୩୦ କି.ମି ଦୂର ପଂଚୁଟିକ୍ରି ରୁ ଆସି ଧାମରାଇ ହାଇସ୍କୁଲରେ ଶିକ୍ଷାଦାନ କରିବା ସହ ଏହି ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏବଂ ଶିକ୍ଷାଦାନ ସମୟରେ ସେ ଏଭଳି ଜଣେ ବ୍ୟକ୍ତିତ୍ୟ ଯିଏକି କେତେବେଳେ ପିରିୟଡ ଶେଷ ହୋଇ ବିଦ୍ୟାଳୟ ଛୁଟି ହେବା ପରେ ମଧ୍ୟ ଅନବରତ ଭାବେ ଶିକ୍ଷାଦାନରେ ବ୍ୟସ୍ତ ହୋଇ ରହିବା ସହ ଅଂଚଳରେ ଜଣେ ସମାଜସେବୀ ଭାବେ ସମସ୍ତଙ୍କର ସୁଖ ଦୁଖଃର ସାଥି ହୋଇ ବଂଚିଥିଲେ ସେ ବିଷୟରେ ଉପସ୍ଥିତ ବ୍ୟକ୍ତି ବିଶେଷ ନିଜର ମତବ୍ୟକ୍ତ କରିଥିଲେ ।

ଆଜି ଅନିଲ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ହୋଇଥିବା ସଭାରେ କାର୍ତିକ ଖିଲାର ସଭାପତିତ୍ୱ କରିଥିବା ବେଳେ ଜାଗୁଳା ପଂଚାୟତର ପୂର୍ବତନ ସରପଂଚ ସୁରେଶ ମାହୁନ୍ତ,କୀର୍ତନ ବିଶ୍ୱାଳ, ସମାଜସେବୀ ନରହରି ମଲିକ, ଉମେଶ ମହାକୁଡ, ସରପଂଚ ସୁରେଶ ସେଠୀ, ଧାମରାଇ +୨ କଲେଜର ପ୍ରିନ୍ସପାଲ ପ୍ରଭାତ ଦାସ, ଶିକ୍ଷକ ଗୟାଧର ରାଉତ, ସମାଜସେବୀ ଭ୍ରମରବର ମହାନ୍ତି, ମୁରଲୀଧର ମହାନ୍ତି, ଦୀନବନ୍ଧୁ ଭୋଇ, ଶିକ୍ଷକ ହରିହର ଦାସ, ଶିକ୍ଷୟତ୍ରୀ କଲ୍ୟାଣୀ ଦାସ, ଅଧ୍ୟାପକ ବିଜୟ ସାହୁ, ଜଗନ୍ନାଥ ଦାସ,ବିଜୟ କୁମାର ରାଉତ,ରାଜେନ୍ଦ୍ର ଦାସ, ମନୋରଞନ ମଲିକ, ପଂଚାନନ ବେହେରା, ଧାମରା ଜୋନର ଜିଲ୍ଲାପରିଷଦ ବଳଭଦ୍ର ଲେଙ୍କା, ସମାଜସେବୀ ଅରୁଣ ମହାନ୍ତି, ଧାମରାଇ ହାଇସ୍କୁଲର ପ୍ରର୍ବତନ ପ୍ରଧାନ ଶିକ୍ଷୟତ୍ରୀ ମନୀଷା ମହାଳିକ,ରାଜକିଶୋର ଦାସ ଙ୍କ ସମେତ ଶତାଧିକ ବକ୍ତା ଉପସ୍ଥିତ ରହି ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶିକ୍ଷାବିତ ଅନିଲ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ଅନିଲ ମହାନ୍ତିଙ୍କ ପୁତ୍ର ତଥା ନିୟୁଜ ୧୮ର ବରିଷ୍ଠ ସହ ସଂପାଦକ ରାକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।