Odiapua.com

ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟସଭା ସ୍ଥଗିତ

ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହୋଇଛି ରାଜ୍ୟସଭା। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟାନାଇଡୁ ଏନେଇ ଆଜି ଘୋଷଣା କରିଛନ୍ତି । ଚଳିତ ଅଧିବେଶନରେ ୩୫ଟି କାର୍ଯ୍ୟଦିବସ ରହିଥିବା ବେଳେ ଏଥିରେ ୩୨ଟି ବିଲ ଗୃହୀତ ହୋଇଛି।

ତେବେ ଚଳିତ ଅଧିବେଶନରେ ତିନି ତଲାକ ସଂଶୋଧନ ବିଲ, ୟୁଏପିଏ ସଂଶୋଧନ ବିଲ, ସୂଚନା ଅଧିକାର ସଂଶୋଧନ ବିଲ, ନ୍ୟାସନାଲ ମେଡିକାଲ କାଉନ୍‌ସିଲ ବିଲ, ଧାରା ୩୭୦ ଓ ୩୫ ଏର ଉଚ୍ଛେଦ ଆଦି ଗୁରୁତ୍ୱପୂର୍ଣ୍ଣ ବିଲ ପାସ ହୋଇଛି। ଗତ ୧୭ବର୍ଷ ମଧ୍ୟରେ ଏହି ଅଧିବେଶନ ଶ୍ରେଷ୍ଠ ଥିଲା ବୋଲି ସୂଚନା ଦେଇଛନ୍ତି ଭେଙ୍କେୟାନାଇଡୁ। ନଭେମ୍ବରରେ ଶୀତକାଳୀନ ଅଧିବେଶନ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ସ୍ଥଗିତ ରହିଥିବା ଜଣାପଡ଼ିଛି।