ବାଲିଗୁଡା, ୨୬/୨ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ବାଲିଗୁଡା ଏନଏସି ଅଧ୍ୟକ୍ଷା ମମତା ବେହେରା ପଦବୀ ଅନାସ୍ଥା ଭୋଟରେ ହରାଇଲେ। ଆଜି ଦିବା ୧୧ଟାରେ ଏନଏସି କାର୍ଯ୍ୟାଳୟ ପରିସରରେ ନିର୍ବାଚନ ଅଧିକାରୀ ଭାବେ ବାଲିଗୁଡା ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦଙ୍କ ଉପସ୍ଥିତିରେ ହୋଇଥିଲା ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟ ଏଥିରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଢଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ହଳଧର ନାୟକ ଓ ବରିଷ୍ଠ କିରାଣି ଅରୁଣ କୁମାର ରାଉତ ଉପସ୍ଥିତଥିଲେ। ଏଥିରେ ବାଲିଗୁଡା ଏନଏସିର ୧୩ କାଉଁସିଲର ମଧ୍ୟରୁ ଉପସ୍ଥିତ ଥିଲେ ୧୧ ଜଣ କାଉଁସିଲର। ଏହି କାଉଁସିଲର ମାନେ ଅଧ୍ୟକ୍ଷା ପଦବୀ ପାଇଁ ଦେଇଥିଲେ ଭୋଟ। ଭୋଟ ବାକ୍ସରେ ପଡିଥିଲା ୧୧ ଜଣ କାଉଁସିଲରଙ୍କ ଭୋଟ। ଭୋଟ ବାକ୍ସ ଖୋଲି ଦେଖିବା ବେଳେ ୧୧ ଜଣ କାଉଁସିଲର ଅଧ୍ୟକ୍ଷା ମମତା ବେହେରାଙ୍କ ବିପକ୍ଷରେ ପଡିଥିଲା ଭୋଟ। ଗୋଟିଏବି ଭୋଟ ଅଧ୍ୟକ୍ଷା ମମତା ବେହେରାଙ୍କ ସପକ୍ଷରେ ପଡିନଥିଲା। ୧୩ ଜଣ କାଉଁସିଲର ମାନଙ୍କମଧ୍ୟରୁ ୧୨ ନମ୍ବର କାଉଁସିଲର ଶିରିଶ ପ୍ରଧାନ ଓ ଖୋଦ ଅଧ୍ୟକ୍ଷା ମମତା ବେହେରା ଆଜିର ଏହି ବୈଠକରେ ଅନୁପସ୍ଥିତ ଥିଲେ। ୧୧ ଜଣ କାଉଁସିଲର ମାନଙ୍କ ମଧ୍ୟରୁ ବିଜେଡି, କଂଗ୍ରେସ ଓ ବିଜେପିର ସମସ୍ତ କାଉଁସିଲର ଏକତ୍ରୀତ ହୋଇ ଅଧ୍ୟକ୍ଷା ହଟାଇବା ଅଭିଯାନ ଚଳାଇଥିଲେ ଓ ସେମାନେ ଆଜି ଏହି ଅଭିଯାନରେ ସଫଳ ବି ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ପୁର୍ବରୁ ବିଜେଡିର ୭ କାଉଁସିଲର ଅଧ୍ୟକ୍ଷା ଓ ଉପାଦକ୍ଷଙ୍କ ବିରୁଦ୍ଧରେ ଆଣିଥିଲେ ଅନାସ୍ଥା ପ୍ରସ୍ତାବ। ତଳ ଦିନରେ ହୋଇଥିବା ଅନାସ୍ତା ପ୍ରସ୍ତାବ ଭୋଟ ସମୟରେ ମମତା ବେହେରା ଓଡିଶା ଉଚ୍ଚତମ ନ୍ୟାୟାଳୟରୁ ରହିତାଦେଶ ଆଣି ନିଜ ପଦକୁ କାଏମ ରଖିଥିଲେ। ଯାହାଫଳରେ ଅନାସ୍ଥା ଟଳିଯାଇଥିଲା।