Odiapua.com

ଅନାଦି ବାବା ଆଶ୍ରମରେ ନିଆଁ ଲଗାଇ ସୁକାନ୍ତ ବାବା ଜେଲ ଗଲେ

ନୟାଗଡ଼ ୨୭/୦୭(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପାଇକଭୁଇଁ ସ୍ଥିତ ଅନାଦି ଆଶ୍ରମରେ ନିଆଁ ଲଗାଇ ବାବା ସୁକାନ୍ତ ପ୍ରଧାନ(୨୫) ଜେଲ ଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ପାଇକଭୁଇଁ ଗ୍ରାମର ୰ ମାଧବଚନ୍ଦ୍ର ପ୍ରଧାନ ଙ୍କ ପୁଅ ସୁକାନ୍ତ ପ୍ରଧାନ ଗତ ଗୁରୁ ପୁର୍ଣ୍ଣିମା ଦିନ ସିରିକୁଟିସ୍ଥିତ ଅନାଦି ଆଶ୍ରମ ରେ ଦିକ୍ଷା ଗ୍ରହଣ କରି ଘରକୁ ଫେରିଥିଲେ। ସେ କହିବା ଅନୁଯାଇ ତାଙ୍କୁ ସ୍ୱପ୍ନାଦେଶ ହେଲା ପାଇକଭୁଇଁ ଠାରେ ଆଶ୍ରମ ହୋଇପାରିବ ନାହିଁ। କାରଣ ସେଠାରେ ଭୁତପ୍ରେତ ଙ୍କ ପୂଜା ଚାଲିଛି।

ଟୁଙ୍ଗୁରି ମୁଣ୍ଡିଆ ରେ ଆଶ୍ରମ ହେବ। ତେଣୁ ସେଠାରୁ ଆଶ୍ରମ ସଫା କରିଦିଅ। ସୁକାନ୍ତ ବାବା ଆଶ୍ରମ କୁ ଯାଇ ଆଶ୍ରମରେ ଥିବା କିରୋସିନି ଆଣି ଆଶ୍ରମ ଚାଳଘର କୁ ନିଆଁ ଲଗାଇ ପୋଡି ଦେଇଥିଲେ ବୋଲି ନିକଟରେ ଚାଷ କରୁଥିବା ଲକ୍ଷ୍ମୀଧର କୁ କହିଥିଲେ। ତେଣୁ ଏ ନେଇ ସିରିକୁଟି ଆଶ୍ରମ ମୁଖ୍ୟ ଦୁଃଖିଶ୍ୟାମ ପ୍ରଧାନ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଚାନ୍ଦପୁର ଥାନା ଉପ ନିରୀକ୍ଷିକା ଅଞ୍ଜଳୀ ସା ଘଟଣାର ତଦନ୍ତ କରି ଅଭିଯୁକ୍ତ ବାବା ସୁକାନ୍ତ କୁ ରଣପୁର ଅଦାଲତ କୁ ଚାଲାଣ କରିଥିବା ଜଣାପଡିଛି। ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଜେଲ ହାଜତକୁ ଯାଇଥିବା ଜଣାପଡିଛି।