Odiapua.com

ଅନାଥ ଶିଶୁଙ୍କ ସହ ବଡ଼ଦିନ ପାଳିଲେ ମହିଳା କମିଶନ ସଦସ୍ୟା

ବାଲିଗୁଡା, ୨୬/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ନିଆରା ଢ଼ଙ୍ଗରେ ବଡ଼ଦିନ ପାଳନ କରିଛନ୍ତି ରାଜ୍ୟ ମହିଳା କମିଶନ ସଦସ୍ୟା ଜଲିନା ପ୍ରିୟଦର୍ଶିନୀ। ବୁଧବାର ସେ ରାଇକିଆ କନଭେଣ୍ଟ ପରିସରରେ ଥିବା ଅନାଥ ଆଶ୍ରମରେ ଶିଶୁମାନଙ୍କ ସହ ସମୟ ବିତାଇବା ସହ କେକ୍‌କାଟି ବଡ଼ଦିନ ପାଳନ କରିଥିଲେ। ଶିଶୁମାନଙ୍କୁ ଚକୋଲେଟ ଓ ବିସ୍କୁଟ ମଧ୍ୟ ବଣ୍ଟନ କରିଥିଲେ। ପରେ ସେ ଶିଶୁମାନଙ୍କ ବିଷୟରେ ଦାୟିତ୍ୱରେ ଥିବା ସିଷ୍ଟରଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ରାଇକିଆ, ଜି.ଉଦୟଗିରି ବିଭିନ୍ନ ଚର୍ଚ୍ଚକୁ ଯାଇ ଲୋକଙ୍କୁ ଭେଟି ବଡ଼ଦିନର ଶୁଭେଚ୍ଛା ଜଣାଇଥିଲେ।