Odiapua.com

ଅନାଥ ଶିଶୁଙ୍କ ଗହଣରେ ଜନ୍ମଦିନ ପାଳନ କଲେ ତାରିଣୀ

ହାଟଡିହି-୧ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ନିଜ ନାତି ଭୁଦେବ ଭୁବେଶ (ତାରିଣୀ)ର ଜନ୍ମଦିନକୁ ବିଷ୍ଣୁପ୍ରୀୟା ବାଳାଶ୍ରମରେ ଅନାଥ କୁନି କୁନି ପିଲାଙ୍କ ଗହଣରେ ପାଳନ କରାଇଛନ୍ତି । ଏହି ଅବସରରେ ବିଷ୍ଣୁପ୍ରୀୟା ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ଭୁଦେବ ଭୁବେଶ (ତାରିଣୀ) ଆଶ୍ରମର କୁନି କୁନି ପିଲାମାନଙ୍କ ଗହଣରେ କେକ କାଟି ଜନ୍ମଦିନ ପାଳନ କରିଥିଲେ । ଆ୍ୟମର ଛାତ୍ରମାନେ ଜନ୍ମଦିନ ଶୁଭେଚ୍ଛା ସଂଗୀତ ଗାନ କରିଥିଲେ । ପରେ ବିଷ୍ଣୁପ୍ରୀୟା ଜରାନିବାସର ଅନ୍ତେବାସୀ ମାନଙ୍କୁ ଶୀତବସ୍ତ୍ର ଓ ପୋଷାକ ବଣ୍ଟନ କରାଯାଇଥିଲା । ଆଜିର ଏହି କାର‌୍ୟ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଆଇନିଜିବୀ ବାଇଧର ସେଠୀ, ବରିଷ୍ଠ ବିଜେଡି ନେତା ପିତାମ୍ବର ପାଢ଼ୀ, ମାର୍କଣ୍ଡ ଚରଣ ଓଝା, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ସାଂସଦ ପ୍ରତିନିଧି ଶାନ୍ତନୁ ସେଠୀ,ସରପଞ୍ଚ ଅନୁସୁୟା ସେଠୀ, ଅମରେନ୍ଦ୍ର ଧଳ, ଶ୍ରୀଧର ବେହେରା, ରବିନ୍ଦ୍ର କୁମାର ସାହୁ, ବିଜୟ କୁମାର ରାଉତ, ରବିନ୍ଦ୍ର କୁମାର ସାମଲ,ରବିନ୍ଦ୍ର ନାୟକ, ବିରେନ୍ଦ୍ର କୁମାର ବିଶ୍ୱାଳ, ବୈଦନାଥ ସାମଲ, ଶଶାଙ୍କ ଶେଖର ପୁହାଣ, ପ୍ରଶାନ୍ତ ରାଉତ, ଯୋଗେନ୍ଦ୍ର ବେହେରା, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ସୁଧାକର ଓଝା, ଶତୃଘ୍ନ ପାତ୍ର, ବୁଦ୍ଧଦେବ ଜେନା, ଭୀମସେନ ପେରେଇ, ଧୁଶାସନ ସାହୁ, କଳ୍ପତରୁ ସେଠୀ ଙ୍କ ସମେତ ବହୁ କର୍ମୀ ଓ ବିଧାୟକଙ୍କ ପରିବାର ଲୋକମାନେ ଯୋଗଦେଇଥିଲେ । ଧବଳେଶ୍ୱର ପଟ୍ଟନାୟକ, ଚିନ୍ମୟ କୁମାର ନାୟକ, ଚିତ୍ତରଞ୍ଜନ ପାତ୍ର, ଗୌରାଙ୍ଗ ରଣା. ବିଜୟ କୁମାର ମଲ୍ଲିକ, ପ୍ରଦୀପ କୁମାର ରାଉତ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।