Odiapua.com

ଅନାଥ ଝିଅକୁ ବିବାହ କଲେ ନାରଣ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନାଥ ଝିଅକୁ ବୈଦିକ ରିତିରେ ବିବାହ କଲେ ପୁଅ ନାରଣ। ଝିଅ ନୟନା ୨୦୧୭ ମସିହାରେ ବେସାହାରା ହୋଇ ରାସ୍ତା କଡ଼ରେ ବୁଲୁଥିବା ବେଳେ ଭଦ୍ରକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତାଙ୍କୁ ଉଦ୍ଧାର କରି ନିହାସ ଶକ୍ତିମିଶନ ପ୍ରକଳ୍ପରେ ଥଇଥାନ କରିଥିଲେ। ଆଜି ନୟନାଙ୍କ ବାହାଘର ସମ୍ପୂର୍ଣ୍ଣ ହୋଇଛି, ନୟନା ଙ୍କ ନା ଅଛି କୌଣସି ଠିକଣା ନା ଅଛି ବାପା ମା, ବେସାହାରା ଅନାଥ ଝିଅ ନୟନାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କଲେ ବାସୁଦେବପୁର ବ୍ଲକ ବିନାୟକପୁର୍ ନିବାସୀ ନାରଣ ପଣ୍ଡା । ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ ଦ୍ୱାରା ପରିଚାଳିତ ‘ନୁହାସ’ ପକ୍ଷରୁ ଆୟୋଜିତ ହୋଇଥିଲା ବିବାହ ଉତ୍ସବ। ଏହି ବିବାହ ଉତ୍ସବ ରେ ପୁଅ ନାରଣ ପଣ୍ଡାଙ୍କ ଘର ପରିବାର ସମେତ ବନ୍ଧୁ ବାନ୍ଧବ ଯୋଗ ଦେଇଥିଲେ। ବର ନାରଣଙ୍କୁ ସେବା ସଂଘ ତରଫରୁ ସ୍ୱାଗତ କରି ବର ବେଦୀକୁ ନେଇଥିଲେ ବାହାଘର ସରିବା ପରେ ଏକ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା। ସେବା ସଂଘର ନିର୍ଦ୍ଦେଶକ ଗଣେଶ ଚନ୍ଦ୍ର ଦୀକ୍ଷିତ ଏବଂ ପ୍ରକଳ୍ପର ମୁଖ୍ୟ ଉଷାରାଣୀ ବେହେରାଙ୍କ ସହାୟତାରେ ବିବାହଟି ବୈଦିକ ରୀତିରେ ଶେଷ ହୋଇଥିଲା । ତେବେ ଏହି ବିବାହ ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ଫେଲୋସିଫ ସଂଗଠନର ମୁଖ୍ୟ ଲଲାଟେନ୍ଦୁ ମହାନ୍ତି ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସମେତ ଅନେକ ପଦାଧିକାରୀ ଉପସ୍ଥିତ ରହି ଉତ୍ସବଟିକୁ ସମ୍ପୂର୍ଣ କରି ଥିଲେ।