Odiapua.com

ଅନାଥ ଛୁଆଙ୍କ ଗହଣରେ ଜନ୍ମଦିନ ପାଳନ

ହାଟଡିହି-୮/୩/ ବିଷ୍ଣୁପ୍ରୀୟା ବାଳାଶ୍ରମ ପରିସରରେ ଅନାଥ ଛୁଆଙ୍କ ଗହଣରେ ନିଜ ଝିଅ ସାଇର ଜନ୍ମଦିନକୁ ପାଳନ କରିଛନ୍ତି ଯୁବନେତା ଚିତ୍ତରଞ୍ଜନ ପାତ୍ର । ନିଜ ଝିଅ ସାଇର ଜନ୍ମଦିନ ଅବସରରେ ବାଳାଶ୍ରମର କୁନି କୁନି ଅନାଥ ପିଲାମାନଙ୍କୁ ସୁସ୍ୱାଦୁ ଖାଦ୍ୟ ବଣ୍ଟନ କରିବା ସହିତ ଆନନ୍ଦପୁର ବିଧାୟକଙ୍କ ଉପସ୍ଥିତିରେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ଏହି ଉତ୍ସବରେ ବିଧାୟକ ଭାଗିରଥି ସେଠୀ, ପ୍ରଦୀପ ସାହୁ, ନିରାକାର ପାତ୍ର, ଶାନ୍ତନୁ ସେଠୀ, ମନୋଜ ପାତ୍ର, ଚିନ୍ମୟ ନାୟକ, ଗୌରାଙ୍ଗ ରଣା, ସୁଧାକର ଓଝା, ମାଧ ଚକ୍ର, ରବିନ୍ଦ୍ର କୁମାର ନାୟକ, ଭଗବାନ ପହି, ବାବୁ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।