Odiapua.com

ଅନଲାଇନ୍ ଦର୍ଶନ ବ୍ୟବସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନର ଖଣ୍ଡନ

ପୁରୀ ୭-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରେ ଅନଲାଇନ୍ ଦର୍ଶନ ବ୍ୟବସ୍ଥା ନେଇ କୌଣସି ଆଲୋଚନା ପରିଚାଳନା କମିଟି ବୈଠକରେ କରାଯାଇନାହିଁ। ଏପରିକି ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ପ୍ରବେଶ ଉପରେ କ’ଣ ବ୍ୟବସ୍ଥା ଗ୍ରହଣ କରାଯିବ ସେନେଇ ତା ଉପରେ ମଧ୍ୟ କୌଣସି ଆଲୋଚନା ବା ବିଚାର ବିମର୍ଶ ହୋଇନାହିଁ। ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ଯେଉଁ ବ୍ୟବସ୍ଥା ରହିଛି। ସେ ନେଇ ରାଜ୍ୟ ସରକାର ଯାହା ଚୁଡାନ୍ତ ନିଷ୍ପତି ନେଇଛନ୍ତି ତାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁପାଳନ କରୁଛି। ଏଭଳି ଅନଲାଇନ୍ ପ୍ରସ୍ତାବ ଘଟଣା ସମ୍ବେଦନ ଶୀଳ ହୋଇଥିବା ବେଳେ ଏଭଳି ପ୍ରସଙ୍ଗ ମତ ଅତ୍ୟନ୍ତ ଦୁଃଭାଗ୍ୟଜନକ। ପରିଚାଳନା କମିଟିର ଯେଉଁ ସଦସ୍ୟ ଏଭଳି ମତ ରଖିଛନ୍ତି। ତାହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ପରିଚାଳନା କମିଟିରେ ଅନଲାଇନ୍ କୌଣସି ବ୍ୟବସ୍ଥା ନେଇ ଆଲୋଚନା କରାଯାଇନଥିବାରୁ ଏଭଳି ଘଟଣାକୁ ନେଇ ଅଧିକ ଆଲୋଚନା ହାସ୍ୟସ୍ପଦ। ଯାହାକି, ଶ୍ରୀମନ୍ଦିରରେ ଲାଗୁ କରିବା ସମ୍ଭବ ପର ନୂହେଁ କାରଣ ମହାପ୍ରଭୁଙ୍କ ନିକଟକୁ ଗ୍ରାମାଞ୍ଚଳଠାରୁ ନେଇ ସବୁବର୍ଗର ଲୋକ ଦର୍ଶନ ପାଇଁ ଆସିଥାନ୍ତି। ତେଣୁ ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଦର୍ଶନ କରିବା ସମ୍ପୂର୍ଣ୍ଣ ଭିତ୍ତି ହୀନ ବୋଲି ମତ ଦେଇଛନ୍ତି ପରିଚାଳନା କମିଟିର ଅନ୍ୟତମ ସଦସ୍ୟ। ଅନ୍ୟପଟେ ଅନଲାଇନ୍‌ରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ନେଇ କୌଣସି ନିଷ୍ପତି ହୋଇନାହିଁ। କିଛି ଗଣ ମାଧ୍ୟମରେ ଏନେଇ ଖବର ପ୍ରସାରିତ ହୋଇଥିବା ଜଣା ପଡିଥିବା ବେଳେ ସାଧାରଣ ଲୋକମାନେ ବିଭ୍ରାନ୍ତ ନହେବା ପାଇଁ ନିବେଦନ କରିଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ, ପରିଚାଳନା କମିଟି ସଦସ୍ୟ ଦେଇଥିବା ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ହୋଇଥାଇ ପାରେ ମାତ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ନେଇ କୌଣସି ନିଷ୍ପତି କି ଆଲୋଚନା ହୋଇନାହିଁ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ମତ ଦେଇଥିବା ବେଳେ ଏଭଳି ବିଭ୍ରାନ୍ତିକର ସୂଚନାକୁ ଖଣ୍ଡନ କରିଛନ୍ତି।