Odiapua.com

ଅନର କିଲିଂ ପ୍ରେମ ପାଇଁ ହତ୍ୟା ଘଟଣାରେ ଝିଅର ବାପା ସହ ୭ ଜଣକୁ କୋର୍ଟ ଚାଲାଣ : ୬ ଜଣକୁ ପଚରା ଉଚରା ଜାରୀ

ବାଲିଗୁଡା ୮-୯ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : ପ୍ରେମ କରିବା ମହଙ୍ଗା ପଡ଼ିଲା। ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ। ଏଭଳି ଚାଞ୍ଚଲ୍ୟ କର ଘଟଣା ସାମନାକୁ ଆସିଛି। ଏହି ମାମଲାରେ ବାଲିଗୁଡା ପୋଲିସ ତେର ଜଣକୁ ଅଟକରଖି ପଚରା ଉଚରା କରୁଥିଲା। ସେଥି ମଧ୍ୟରୁ ଆଜି ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ୬ ଜଣକୁ ପଚରା ଉଚରା ପାଇଁ ରଖାଯାଇଥିବା ଥାନା ଅଧିକାରୀ କହିଛନ୍ତି।

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତ ଫଟକିମାଲ ଗ୍ରାମ ତଲିପଡା ବସ୍ତିର ଜଣେ ଯୁବତୀଙ୍କୁ ବୌଦ୍ଧ ଜିଲା ଘଣ୍ଟାପଡ଼ା ଗ୍ରାମର ଶୁକଦେବ ରଣା ନାମକ ଜଣେ ଯୁବକ ଭଲ ପାଉଥିଲେ। ଯୁବତୀ ଜଣକ କଲେଜ ପଢୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା କିନ୍ତୁ ଶେଷରେ ପ୍ରେମ ପାଇଁ ଜୀବନ ଚାଲିଗଲା ଯୁବକ ଶୁକଦେବଙ୍କର। ଅଗଷ୍ଟ ୨୬ ତାରିଖ ଦିନ ଶୁକଦେବ କୁଆଡେ ଯୁବତୀଙ୍କୁ ଭେଟିବା ପାଇଁ ତଳିପଡ଼ା ଆସିଥିଲେ। ଏତିକିବେଳ ଝିଅର ବାପା ଶୁକଦେବ ଙ୍କୁ ଝିଅ ସହ କଥା ହେବା ଜାଣି ପାରିଥିଲେ। ସାହି ପଡିଶା କୁ ଖବର ଦେଇ ଶୁକଦେବଙ୍କୁ ଟାଣି ଆଣି ପିଟାପିଟି କରିଥିଲେ। ଘଟଣା ସ୍ଥଳରେ ଶୁକଦେବ ଙ୍କ ଜୀବନ ଚାଲି ଯାଇଥିଲା। ଏକ ଜରି ବସ୍ତାରେ ବାନ୍ଧି ଶୁକଦେବଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଶୁକଦେବ ପରିବାର ଥାନାରେ ଏକ ନିଖୋଜ ମାମାଲା ଦେଇଥିଲେ। ପୋଲିସ ତଦନ୍ତ ବେଳେ ଶୁକଦେବ ଙ୍କୁ ହତ୍ୟା ସୁରାକ ପାଇଥିଲା। ଏହା ପରେ ଜଙ୍ଗଲରୁ ଶୁକଦେବଙ୍କ ଗଳିତ ଶବକୁ ଉଦ୍ଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା। ବୁଧବାର ଦିନ ଉକ୍ତ ହତ୍ୟାରେ ସମ୍ପୃକ୍ତ ଝିଅର ବାପା ଦୁଃଶାସନ ମଲିକ ସମେତ ଗିରିଶ ଚନ୍ଦ୍ର ମଲ୍ଲିକ, ନୀଳବନ୍ତ ମଲ୍ଲିକ, ଉତ୍ତମ ମଲ୍ଲିକ, ଯୋଗେନ୍ଦ୍ର ମଲ୍ଲିକ, କବିରାଜ ଠେଲା ଓ ସୁଦିପ ସେଠି ସମସ୍ତଙ୍କ ଘର ପଟୁକିପାଲି ତଳପଡା ଗ୍ରାମର ବୋଲି ପୁଲିସ ପ୍ରକାଶ କରିଛି।