Odiapua.com

ଅନନ୍ତ ହତ୍ୟାକାଣ୍ଡ ର ପର୍ଦାଫାସ, ହତ୍ୟା ଅଭିଯୋଗରେ ୫ ମାଓବାଦୀ ଗିରଫ

ମାଲକାନଗିରି, ୨୮ା୧୦ (ଓଡିଆ ପୁଅ )) ମାଥିଲି ଅଚଂଳର ଜଣେ ଆଦିବାସୀ ଯୁବକକୁ ଗତ୨୩ତାରିଖରେ ମାଓବାଦୀ ମାନେ ହତ୍ୟାକରିଥିଲେ। ଏହି ହତ୍ୟା ଅଭିଯୋଗରେ ୫ଜଣ ମାଓବାଦୀଙ୍କୁ ପୁଲିସ ଗିରିଫ କରି କୋର୍ଟ ଚାଲାଣ କରିଛନ୍ତି। ଗତ୨୩ତାରିଖ ରାତ୍ରରେ ମାଥିଲି ଥାନାସ୍ଥ ଧାକଡରାଶି ଗ୍ରାମର ଅନନ୍ତରାମ ଭୂମିୟା ନାମକ ଜଣେ ଆଦିବାସୀ ଯୁବକ ନାଟଦେଖି ଘରକୁ ଫେରୁଥିବା ସମୟରେ କିଛି ମାଓବାଦୀ ତାଙ୍କୁ ଅପହରଣ କରିନେଇ ପୁଲିସ ସୂଚନାଦାତା କହି ନିର୍ମମଭାବେ ଟାଙ୍ଗିଆରେ ହାଣି ହତ୍ୟାକରିଥିଲେ। ଏ ସଂପର୍କରେ ମାଥିଲି ଥାନାରେ ୨୪ତାରିଖଦିନ ଏକ ହତ୍ୟାକେସ ରୁଜୁକରାଯାଇ ପୁଲିସ ତନାଘନା ତଦନ୍ତ ଚଳାଇଥିଲେ। ମାଓପ୍ରବଣ ତୁଳସି ପାହଡରେ ଜିଲ୍ଲାପୁଲିସ ଓ ମାଥିଲିଥାନା ପୁଲିସ ସର୍ଚଅପରେସନ କରୁଥିବା ବେଳେ ସେହି ଜଙ୍ଗଲରେ ସନ୍ଦେହ ଜନକ ଅବସ୍ଥାରେ ୫ଜଣ ବୁଲୁଥିବାର ଦେଖିବାକୁ ପାଇଥିଲେ। ପୁଲିସଙ୍କୁ ଦେଖି ସେମାନେ ଜଙ୍ଗଲକୁ ଦୈଡିପଳାଉଥିବା ବେଳେ ପୁଲିସ ସେମାନଙ୍କୁ ଗୋଡାଇ ଧରିଥିଲେ। ସେମାନଙ୍କ ନିକଟରୁ ରକ୍ତଲଗା ଦୁଇଟି ଟାଙ୍ଗିଆ ଜବତ କରାଯାଇଛି। ପୁଲିସ ଥାନକୁ ଆଣି ସେମାନଙ୍କୁ ପଚରା ଉଚରା କରିବାରୁ ଜଣାପଡିଥିଲା ଅନନ୍ତରାମ ହତ୍ୟାକାଣ୍ଡରେ ଏମାନଙ୍କ ହାତରହିଛି। ପୁଲିସ ଏହି ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ମାଲକାନଗିରି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ଗିରଫ ହୋଇଥିବା ଏହି ୫ଜଣସନ୍ଧିଗ୍ଧ ମାଓବାଦୀଙ୍କୁ ଉପସ୍ଥିତ କରି ସେମାନେ ଅନନ୍ତରାମ ଙ୍କ ହତ୍ୟାରେ ସଂପୃକ୍ତି ଥିବାସହ ତାଙ୍କର କିପରି ମାଓବାଦୀ ଦଳମ ସହ ସଂପର୍କରହିଛି ସେ ସଂପର୍କରେ ଏସ.ପି ଜଗମୋହନ ମୀନା ସୂଚନାଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ ମାନଙ୍କ ମଧ୍ୟରେ ଏସଡିପିଓ ବିବେକ ଶ୍ରବଣ, ଡିଏସପି ଚିନ୍ମୟକୁମାର ନାୟକ ଓ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।