Odiapua.com

ଅଧ୍ୟାପକ ଡକ୍ଟର ପୀତାମ୍ବର ସ୍ୱାଇଁଙ୍କ ୯୪ତମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଗ୍ମୀଶେଖର, ଅଧ୍ୟାପକ ଡକ୍ଟର ପୀତାମ୍ବର ସ୍ୱାଇଁଙ୍କ ୯୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ଭାବେ ମନୋନୀତ ସଭାପତି ଡ. ଶଶଧର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ନୂଆ ପଦାଧିକାରୀ ଯୋଗଦେଇ ଆସନ୍ତା ନଭେମ୍ବର ୧୭ ତାରିଖରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବର ବିଭିନ୍ନ ବିଷୟରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହେଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମଳାକାନ୍ତ ସ୍ୱାଇଁ, ଆଡଭୋକେଟ୍ ନିତ୍ୟାନନ୍ଦ ଦାସ, ଗୋବର୍ଦ୍ଧନ ସାମଲ, ହୃଦାନନ୍ଦ ପାଣିଗ୍ରାହୀ, ଡ. ବଳରାମ ମିଶ୍ର, ପବିତ୍ର ପାଣିଗ୍ରାହୀ, ଅରୁଣ ପାତ୍ର, ମନୋରଂଜନ ଦାସ, ଡ. ବିଶ୍ୱରଂଜନ ଦାସ, ରତିକାନ୍ତ ବେହେରା, ଶ୍ରୀହର୍ଷ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।