ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂଆ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ନିମୟମିତ ଅଫିସକୁ ଆସୁନଥିବା ଓ ଛାତ୍ରଛାତ୍ରୀଙ୍କ ଆପତି ଅଭିଯୋଗକୁ ଅଣଦେଖା କରୁଥିବା ନେଇ ଆଜି କଲେଜରେ ନିଆଁ ଜଳିଛି । ଆଜି ପୂର୍ବାହ୍ନରେ ଛାତ୍ରଛାତ୍ରୀମାନେ କଲେଜ ମ୍ୟୁଖ ଫାଟକ ସମ୍ମୁଖରେ ନିଆଁ ଜାଳି ପ୍ରିନ୍ସିପାଲ ହାଏ ହାଏ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିଭଳି ଉତ୍ୟକ୍ତ ଛାତ୍ରଛାତ୍ରୀମାନେ କଲେଜ ପରିସରରେ ଥିବା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଏମାନଙ୍କ ଅଭିଯୋଗ ହେଲା, ନୂଆ ଅଧ୍ୟକ୍ଷ କଲେଜରେ ଦାୟିତ୍ୱ ନେବା ପର ଠାରୁ ଅଫିସକୁ ଆସୁନାହାନ୍ତି । ତାଙ୍କ କାର୍ଯ୍ୟାଳୟ ତାଲା ପଡି ରହୁଛି । ପିଲାମାନେ ସେମାନଙ୍କ ଅପାତି ଅଭିଯୋଗ ଜଣାଇ ପାରୁନାହାନ୍ତି । ଏପରିକି ପାଶ୍ ଆଉଟ ଛାତ୍ର କିମ୍ବା ଅଧ୍ୟୟନରତ ଛାତ୍ରମାନେ ସେମାନଙ୍କ ସ୍କଲରସିପ୍ , ସାର୍ଟିଫିକେଟ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଜଣାଇବାକୁ ଆସି ନିରାଶ ହୋଇ ଫେରିବାକୁ ପଡୁଛି । ଅଧ୍ୟକ୍ଷ ତାଙ୍କ ଅନୁପସ୍ଥିତିରେ ଅନ୍ୟଜଣେ କାହାକୁ ଦାୟିତ୍ୱ ଦେଇନଥିବାରୁ ଏଭଳି ସମସ୍ୟା ଉପୁଜିଥିବାର ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସେହିପରି କଲେଜ ମଧ୍ୟକୁ ଅଣଛାତ୍ରମାନେ ପ୍ରବେଶ କରି ଛାତ୍ରୀମାନଙ୍କୁ କମେଟଂ ଦେବା ଓ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିବାର ଅଭିଯୋଗ କରିବା ସହ କଲେଜ କେମ୍ପସ୍ରେ ନିଶାଦ୍ରବ୍ୟ, ଡଗ୍ସ ସେବନ ଚାଲିଥିବା ବେଳେ କଲେଜ କର୍ତୃପକ୍ଷ ଓ ପୋଲିସର ଉଦାସୀନତାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତେବେ ଖବର ଲେଖା ହେବା ସମୟରୁ କଲେଜ କର୍ତୃପକ୍ଷ ଓ ପ୍ରାକ୍ତନ ଛାତ୍ର ସଂସଦ, ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଏଭଳି ସ୍ଥିତି ନେଇ ବୈଠକ ବସି ଆଲୋଚନା ଚାଲିଥିବାର ଜଣାଯାଇଛି ।