Odiapua.com

ଅଧା ରହିଗଲା ଜଗନ୍ନାଥ ଦର୍ଶନ

ଖଇରା, ୨୧/୫ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା) – ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରାଡାଙ୍ଗ ପଞ୍ଚାୟତ ଆମ୍ବଗଡିଆ ଗ୍ରାମର କାସଶିନାଥ ମାଝୀ ଆଜି ସକାଳେ ନିଜର ସହପରିବାର ସହିତ ପୁରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଉଥିଲେ। ପରିବାରକୁ ନେଇ ଯାଉଥିବା ବୋଲେରୁ ଗାଡିଟିର ହଠାତ ଅଡା ରାଣିତାଲ ରାସ୍ତାର ଡୁଗୁରିଆ ଛକ ନିକଟରେ ଷ୍ଟେରିଙ୍ଗ ଫେଲ ହୋଇଯାଇଥିଲା। ଫଳରେ ବୋଲେରୁ ଗାଡିଟି ରାସ୍ତା ପାଖରେ ଥିବା ଗଛକୁ ଜୋରରେ ଧକ୍କାଦେଇଥିଲା। କାଶିନାଥଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ସଙ୍ଗେ ସଙ୍ଗେ କଟକ ଚିକିତ୍ସାପାଇଁ ନେଇଯାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କର ବୟସ ୮୦ ବର୍ଷ ହୋଇଥିଲା। ଗାଡିରେ ଥିବା ଅନ୍ୟ ପରିବାର ବର୍ଗମାନେ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ପ୍ରକାଶ ଥାଉକି ୮୦ ବର୍ଷ ବୟସରେ ପରିବାରବର୍ଗ ସହିତ ଜଗନ୍ନାଥ ଦର୍ଶନରେ ଯାଉଥିବା କାଶିନାଥ ମାଝୀଙ୍କର ବାଟରେ ମୃତ୍ୟୁ ଯୋଗୁଁ ସାରଡାଙ୍ଗ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛ। ସେହିପରି ଗତକାଲି ବିଳମ୍ବିତ ରାତିରେ ବିବାହ ଭୋଜି ଖାଇ ଖଇରାକୁ ଫେରୁଥିବା ବେଳେ ସୋର-କୁପାରୀ ରାସ୍ତାର ବ୍ରାହ୍ମଣୀପୋଖରୀ ଠାରେ ବାଇକ ଦୁର୍ଘଟଣାରେ କୁପାରୀ ଷ୍ଟେବ୍ୟାଙ୍କ ଶାଖାର ଗନମେନ ରାକେଶ କୁମାର ବେହେରାଙ୍କର ମୃତ୍ୟୁ ହୋଇଥିଲା।