Odiapua.com

ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କାର୍ଯ୍ୟକ୍ରମ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଆନୁକୂଲ୍ୟରେ ରାଜ୍ୟର ୨୨ଟି ଜିଲ୍ଲାରେ ୫୫ଟି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାରେ ଚାନ୍ଦବାଲିର ଦକ୍ଷିଣ ଧାମରା ଓ ବାସୁଦେବପୁରରେ ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ ଯୋଜନା ଥିବାରୁ ଉକ୍ତ କାର୍ଯ୍ୟକ୍ରମ ସହିତ ଭଦ୍ରକ ଜିଲ୍ଲା ମଧ୍ୟ ଯୋଡ଼ି ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍‌ୱାନ୍ ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଆର୍‌.ଟି.ଓ. ସନତ ଜେନା ଏବଂ ଦୁଇ ବିଧାୟକ ତଥା ଚାନ୍ଦବାଲି ବ୍ଲକ୍ ଅଧ୍ୟକ୍ଷଙ୍କ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଅତ୍ୟାଧୁନିକ ଭାବେ ନିର୍ମିତ ହେବାକୁଥିବା ଏହି ବସ୍‌ଷ୍ଟାଣ୍ଡରେ ପ୍ରବେଶଦ୍ୱାର, ଯାତ୍ରୀଙ୍କ ପାଇଁ ଆରମଦାୟକ ପ୍ରତୀକ୍ଷାଳୟ, ଦିବ୍ୟାଙ୍ଗଙ୍କ ଯାଆଆସ ସୁବିଧା, ବସ୍‌ସେଡ଼୍‌, ସବୁଜବଳୟ, ଶୈାଚାଳୟ, ଦୁଇ ଓ ଚାରି ଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା, ନିର୍ଦ୍ଦିଷ୍ଟ ବସ୍ ବୋର୍ଡ଼ିଂକ୍ଷେତ୍ର, ଆଦି ସୁବିଧା ଉପଲବ୍‌ଧ ହେବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଉଲ୍ଲେଖ ଯୋଗ୍ୟକି ଏହି ବସ୍‌ଷ୍ଟାଣ୍ଡ ଏ.ବି.ସି. ୩ଟି ଟାଇପ୍ ନିର୍ମାଣ ଯୋଜନା ରହିଛି । ପ୍ରମୁଖ ବ୍ୟବସାୟକେନ୍ଦ୍ର କିମ୍ବା ପର୍ଯ୍ୟଟନସ୍ଥଳୀ, ବ୍ଲକ ସଦର ମହକୁମା ଆଦି ଜାଗାରେ ଏହି ବସ୍ ଷ୍ଟାଣ୍ଡ ନିର୍ମାଣ କରାଯିବାପାଇଁ ଯୋଜନା ରହିଛି । ୧୦ଟିରୁ ଉର୍ଦ୍ଧ୍ୱ ବସ୍ ଚଳାଚଳ ଥିଲେ ‘ଏ’ ଟାଇପ୍‌, ବ୍ଲକ୍‌କେନ୍ଦ୍ର ଯେଉଁଠାକୁ ୧୦ଟି ବସ୍‌ର ଚଳାଚଳ ଥିବ ସେଠାରେ ‘ବି’ ଟାଇପ୍ ଏବଂ ୫ଟି ବସ୍‌ରୁ କମ୍ ଚଳାଚଳ ଥିଲେ ‘ସି’ ଟାଇପ୍ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ । ଉଲ୍ଲେଖଯୋଗ୍ୟକି ଉଭୟ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ‘ବି’ ଟାଇପ୍‌ର ଅଟେ । ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡର ନିର୍ମାଣ ଦ୍ୱାରା ଓ.ଏସ୍‌.ଆର.ଟି.ସିପ୍ସଶକ୍ତିକରଣ ହେବା ସହିତ ସଡ଼କ ପଥର ଉନ୍ନତି କ୍ରମେ ବସ୍ ଚଳାଚଳ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ ଗମନା ଗମନର ସୁବିଧା ଉପଲବ୍ଧ ଯୋଗୁଁ ଏହା ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜୀବନରେଖା ଭାବେ ପ୍ରତିଫଳତି ହେବବୋଲି ରାଜ୍ୟ ସ୍ତରୀୟ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରକାଶ କରାଯାଇଥିଲା ।