Odiapua.com

ଅତିରିକ୍ତ ଜିଲ୍ଲାପାଳ ଙ୍କୁ ମେଗା ଆଇନ ସେବା ଶିବିର ମଚଂ କୁ ଛାଡିଲେ ନି ଓକିଲ ସଂଘ

ମାଲକାନଗିରି,୧୩ା୧୧(ଓଡିଆ ପୁଅ ) ମାଲକାନଗିରି କଲେଜର ଜୈନିକ ଅଧ୍ୟାପକ ଙ୍କ ପାଇଁ ହଟ ହଟା ହୋଇଛନ୍ତି ଅତିରିକ୍ତ ଜିଲ୍ଲାପାଳ,ଆଜି ଜିଲ୍ଲାସଂସ୍କୃତି ଭବନ ଠାରେ ଜାତୀୟ ଆଇନ ସେବା ପ୍ରଧାକରଣ ପକ୍ଷରୁ ମେଗା ଆଇନ ସେବା ଶିବିର ର ଆୟୋଜନ କରାଯାଇଥିଲା । ଏହି ଶିବରରେ ଅତିଥି ଭାବେ ଅଏତିରିକ୍ତ ଜିଲ୍ଲାପାଳ ଓ ସଂପୃକ୍ତ ଅଧ୍ୟାପକ ଙ୍କୁ ନିମନ୍ତ୍ରଣା କରାଯାଇଥିଲା ,ସଭା ଆରମ୍ଭ ପବ ର୍ରୁ ସଂପୃକ୍ତ ଅଧ୍ୟାପକ ମଚଂରେ ଅତିଥି ଆସନରେ ବସିଯିବା ଦେଖି ଜିଲ୍ଲା ଓକିଲ ସଂଘ ପ କ୍ଷରୁ ତାଙ୍କୁ ବିରୋଧ କରିଥିଲେ । ତାଙ୍କ ନାମରେ ପୁବ ର୍ରୁ ଦୁଇଟି କ୍ରିମିନାଲ କେସ ରହିଛି, ଏହାର ତଦନ୍ତ କରିବା ପାଇଁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ନିକଟରେ ଦରଖାସ୍ତ ଦିଆ ଯାଇଥିଲା । ତାହା ଅତିରିକ୍ତ ଜିଲ୍ଲାପାଳ ଙ୍କ ନିକଟରେ ଅଟକିରହିବା କ୍ରୀମିନାଲ କେସ ଥିବା ଅଧ୍ୟାପକଙ୍କୁ କିପିରି ଜଜ୍ ଙ୍କ ନିକଟରେ ବସିବାକୁ ଦିଆଯାଇଛି ତାହାର ବିରୋଧ କରିବାରୁ ଅଧ୍ୟାପକ ଜଣଙ୍କ ମଚଂଛାଡି ପଳାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସେହି ମେଗା ଆଇନ ଶିବିର ରେ ଯୋଗ ଦେବାକୁ ଆସୁଥିବା ବେଳେ ସଂସ୍କୃତି ଭବନ ଗେଟ ନିକଟରେ ଜିଲ୍ଲାଓକିଲ ସଂଘର ସଭାପତି ପ୍ରଭାକର ପ୍ରଧାନ,ବରିଷ୍ଟ ଓକିଲ ରାମପ୍ରସାଦ ପଟନାୟକ,ଦିଲିପ ପରିଛା,ଜୋସେଫ ଜେମ୍ସ,ନୃସିଂଚରଣ ମହାନ୍ତି,ଲମ୍ବଧର ତୁରୁକୁ ପ୍ରମୁଖ ଓକିଲ ମାନେ ଜଗିରହି ଅତିରିକ୍ତ ଜିଲ୍ଲାପାଳଙ୍କୁ ମେଗା ଆଇନ ସେବା ଶିବିର ମଚଂକୁ ଛାଡିଦେଇ ନଥିଲେ । ଶେଷରେ ମେଗା ଆଇନ ସେବା ଶିବିରରେ ଯୋଗ ଦେଇ ନପାରି ହଟ ହଟା ହୋଇ ଅତିରିକ୍ତ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟକୁ ଫେରି ଯାଇଥିଲେ । ମାଲକାନଗିରି କଲେଜର ସଂପୃକ୍ତ ଅଧ୍ୟାପକ ଙ୍କ ବିରୋଧରେ ଦିଆ ଯାଇଥିବା ଦରଖାସ୍ତର ତଦନ୍ତ ନକରି ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ସହଯୋଗ କରୁଥିବାରୁ ସେହି ଅଧ୍ୟାପକ ଙ୍କ ପାଇଁ ତାଙ୍କୁ ମେଗା ଆଇନ ସେବା ଶିବିରକୁ ଛଡାଗଲା ନାହିଁ, ଏହା ବ୍ୟତିତ ମଧୁବାବୁ ଯୋଜନାରେ ପ୍ରପତି ବ୍ଲକ ପଚାଂୟତ ରେ ଜଣେ ଲେଖା ଓକିଲଙ୍କୁ ସରକାରଙ୍କ ପକ୍ଷରୁ ନିଯୁକ୍ତି ଦେବାର ନିୟମ ରହିଛି ଅନ୍ୟାନ ଜିଲ୍ଲାରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଆଜି ପ ର୍ଯ୍ୟନ୍ତ ଜଣେ ଓକିଲ କୁ ବି ନିଯୁକ୍ତି ଦିଆ ଯାଇପାରିନାହଁ, ସେହି ଫାଇଲ ଟି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଟକି ରହିଛି,ଆହୁରି ମଧ୍ୟ କଲେଜ ନିକଟରେ ଜିଲ୍ଲାଜଜ୍ କୋର୍ଟ ସ୍ଥାପନ ସମୟରେ ସଂପୃକ୍ତ ଅଧ୍ୟାପକ ବିରୋଧ କରିଥିଲେ,ପାର୍କିଂ ଓ ବିଚାର ଧିନକଏଦିଙ୍କ ସଂପର୍କିୟ ମାନଙ୍କ ବିଶ୍ରାମ ପାଇଁ ଜାଗିଚିହ୍ନଟ ନିମନ୍ତେ ପ୍ରଶାନକୁ ଦରଖାସ୍ତ ଦିଆ ଯାଇଥିଲେ ମଧ୍ୟ ତାହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଟକି ରହି ଥିବାର ଜଣାପଡିଛି ଏହି ସବୁକାରଣ ଯୋଗୁ ଆଜି ମେଗା ଆଇନ ସେବା ଶିବିରକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସଭା ମଚଂକୁ ଛଡା ନ ଯାଇ ତାଙ୍କୁ ସସମ୍ମାନେ ଫେରାଇ ଦିଆ ଯାଇଥିଲା ବୋଲି ଜିଲ୍ଲାବାର ଏସୋସିଏସନର ସଭାପତି ପ୍ରଭାକର ପ୍ରଧାନ କହିଛନ୍ତି ।