Odiapua.com

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି, ଭଦ୍ରକ ଆନୁକୁଲ୍ୟରେ ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସମିତିର କାର୍ଯ୍ୟାଳୟରେ ଦିଆ ଯାଇଛି । ଶ୍ରୀଯୁକ୍ତ ଦାଶ ଶ୍ରୀଜଗନ୍ନାଥ ଭାକ୍ତିକ ଭାବନର ମୂର୍ତ୍ତିମନ୍ତ ପ୍ରତୀକ । ସୁଦୂର କେଉଁଝର ଜିଲ୍ଲାର ଢେଙ୍କାଠାରେ ରହିଥିବା ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି ଆନନ୍ଦପୁରରେ ଆସି ବନ୍ଧନ ଅବସ୍ଥାରେ ରହିଥିବା ବେଳେ ଶ୍ରୀ ଦାଶଙ୍କ ଉଦ୍ୟମରେ ଆବଦ୍ଧମୁକ୍ତ ହେବା ଓ ପୁନରାୟ ଢେଙ୍କାଠାରେ ଅବସ୍ଥାନ କରାଇବା ପାଇଁ ଚେଷ୍ଟା ଚଳାଇଥିବା ଅବିସ୍ମରଣୀୟ ଓ ପ୍ରଶଂସନୀୟ । ଏହା ବ୍ୟତୀତ ସେ ଜଣେ ଅତି କର୍ତ୍ତବ୍ୟନିଷ୍ଠ ସଚ୍ଚୋଟ ଓ ଲୋକପ୍ରିୟ ପୁଲିସ ଅଧିକାରୀ ଭାବରେ ଖ୍ୟାତିଲାଭ କରିଛନ୍ତି । ଏହି ବିଦାୟକାଳୀନ ସମାରୋହରେ ପ୍ରଚାର ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥି ନନ୍ଦଶର୍ମା, ଆବାହକ ସେବକ ଶରତ କୁମାର ସାହୁ, ଲକ୍ଷ୍ମୀଧର ଖଟୁଆ, ପ୍ରତାପ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ କୁମାର ଦେ ପ୍ରମୁଖ ବହୁ ସେବକ ଉପସ୍ଥିତ ରହି ଶ୍ରୀଯୁକ୍ତ ଦାଶଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ମାନିତ କରିଥିଲେ ।