Odiapua.com

ଅଣ୍ଡା ଫିଙ୍ଗିଥିବା ରାଜେଶ୍ଵରୀଙ୍କ ଉପରେ ଅତ୍ୟାଚାର ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର,୬,ଫ୍ରେବ୍ରୁୟାରୀ,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ନବୀନଙ୍କ ବିରୋଧରେ ବିଜେପିର ସଂଗ୍ରାମ ଜାରୀ ରହିଛି। ଏ ମଧ୍ୟରେ ନବୀନ ବେଶୀ ଅକ୍ରୋଶର ଶିକାର ହେଉଛନ୍ତି ମହିଳା ମୋର୍ଚ୍ଚାର ଅଣ୍ଡା ଫିଙ୍ଗିଥିବା ମହିଳା ରାଜେଶ୍ବରୀଙ୍କ ପ୍ରତି ଅନ୍ୟାୟ ,ଅତ୍ୟାଚାର କରାଯାଇଥିବା ପ୍ରତିବାଦରେ ମହିଳା ମୋର୍ଚ୍ଚା ପକ୍ଷରୁ ବାଲେଶ୍ୱର ଭୋଗରାଇ ଠାରେ ଏକ ବିକ୍ଷୋଭ ସମାବେଶ ଆୟୋଜିତ ହୋଇ ଯାଇଛି।ଜିଲ୍ଲା ସଭାନେତ୍ରୀ କମଳା ବିନ୍ଧାଣିଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ସୁଷମା ବିଶ୍ୱାଳଙ୍କ ସମେତ ସିପ୍ରା ବାଜପେୟୀ, ମନୀଷା ବେହେରା ପ୍ରମୁଖ ଯୋଗ ଦେଇ ନବୀନ ସରକାର ବିରୋଧରେ ବିଶୋଦଗାର କରିଥିଲେ।