ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଆଖଣ୍ଡଳମଣି ଶୈବପୀଠ ପରେ ଅନ୍ୟତମ ପୁରାତନ ପ୍ରସିଦ୍ଧ ଶୈବପୀଠ ଅଣିଜୋ ସିନ୍ଧୁକେଶ୍ୱର ପୀଠରେ ଆଜି ଜାଗର ଯାତ୍ରା କରୋନା ଜନିତ ପ୍ରଶାସନିକ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଏହି ଜାଗର ଯାତ୍ରା ପାଇଁ ସକାଳେ ମନ୍ଦିର ପୂଜକ ସୁରେନ୍ଦ୍ର ପଣ୍ଡା ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଠାକୁରଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଶତାଧିକ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଳମ୍ବିତ ରାତିରେ ମହାଦୀପ ଉଠିବ ବୋଲି କର୍ମକର୍ତ୍ତା ଜଣାଇଛନ୍ତି। ଜାଗର ଯାତ୍ରା ପାଇଁ ମନ୍ଦିରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ପଡିଆରେ ମିନା ବଜାର ସାଙ୍ଗକୁ ବିଭିନ୍ନ ଖାନା ଖଜାନାର ପସରା ଆଗନ୍ତୁକଙ୍କୁ ଆକୃଷ୍ଟ କରୁଛି। ବିବେକ ପଣ୍ଡା, ହରିଆ ପଣ୍ଡା, ମଣ୍ଟୁ ପଣ୍ଡା, ରବି ପଣ୍ଡା ଓ ଜଗବନ୍ଧୁ ବେହେରା ପ୍ରମୁଖଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି।