Odiapua.com

ଅଣାଧୂନୀ ମଠ ମହାରାଜଙ୍କ ଷୋଡଶ ମହୋତ୍ସବ ଓ ଶ୍ରଦ୍ଧାଞ୍ଜଳୀ ସଭା

ହାଟଡିହି-୩୧/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଅଣା ଅଖଣ୍ଡଧୂନୀ ମଠ ପରିସରରେ ସ୍ୱର୍ଗତ ବାବା ଜ୍ଞାନାନନ୍ଦ ଗିରିଙ୍କ ଷୋଡଶ ମହୋତ୍ସବ ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ମାୟାଧର ଜେନା, ସମାଜସେବୀ ଶମ୍ବୁନାଥ ରାଉତ, ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ବାବାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ଭୁବନେଶ୍ୱର ଗୀତାମନ୍ଦିରର ସ୍ୱାମୀ ଯିଜ୍ଞାଶାନନ୍ଦ ସରସ୍ୱତୀ, ନିଗମ କଳ୍ପତରୁ ଆଶ୍ରମ ଭୁବନେଶ୍ୱରର ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ବେଦାନ୍ତ ବିଜ୍ଞାନ ଗୁରୁକୁଳ ଆଶ୍ରମର ଭାଗବତାନନ୍ଦ ସରସ୍ୱତୀ, ଭାରତ ସେବାଶ୍ରମ ସଂଘର ସ୍ୱାମୀ ଜଗନ୍ନାଥାନନ୍ଦ ଗିରି, ଯୋଗବେଦାନ୍ତ ଆଶ୍ରମ ଖଣ୍ଡଗିରିର ସ୍ୱାମୀ ବ୍ରହ୍ମସ୍ୱରୁପାନନ୍ଦ ପୁରୀ, କେନ୍ଦ୍ରାପଡାର ସ୍ୱାମୀ ଅଭେଦାନନ୍ଦ ସରସ୍ୱତୀ, ମହେନ୍ଦ୍ରଗିରି ଆଶ୍ରମ ଗଜପତିର ଅବଧୂତ ନକୁଳ ଚରଣ ପୁରୀ, ଯଶିପୁର ମଠର ଅଭୟାନନ୍ଦ ସରସ୍ୱତୀ, ମୟୁରଭଞ୍ଜ ଆଶ୍ରମର ସ୍ୱାମୀ ଓମାନନ୍ଦ ସରସ୍ୱତୀ, ଶ୍ରୀଯୁକ୍ତ ବିଶ୍ୱାମିତ୍ର ମହାନ୍ତ, ବନବାସୀ କଲ୍ୟାଣ ଆଶ୍ରମ ଭୁବନେଶ୍ୱରର ବୀର କିଶୋର ମହାନ୍ତ, ସହପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳଙ୍କ ସମେତ ସ୍ଥାନୀୟ ମଠ ଓ ଆଶ୍ରମର ସାଧୁସନ୍ଥମାନେ ଯୋଗଦେଇ ବାବା ଜ୍ଞାନାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଅଧ୍ୟାପକ ଅଶୋକ କୁମାର ରାଜ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସନାତନ ବେହେରା,ବାବୁ ବେହେରା, ବବୁଲା ବେହେରା, ମହେଶ୍ୱର ମଲ୍ଲିକ, କୈଳାଶ ରାଉତ, ପିତାମ୍ବର ମଲ୍ଲିକ, ବିଷ୍ଣୁପ୍ରସାଦ ବେହେରା, ରାମଚନ୍ଦ୍ର ବେହେରା, ପବିତ୍ର ମଲ୍ଲିକ, ମନମୋହନ ବେହେରା, ଯତିନ୍ଦ୍ର ମଲ୍ଲିକଙ୍କ ସମେତ ଅଣା ଗ୍ରାମର ସମସ୍ତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।