Odiapua.com

ଅଢାଳପଙ୍କ କାଳୀ ପୂଜା ନେଇ ପ୍ରସ୍ତୁତି

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବପୂରାତନ ଅଢାଳପଙ୍କ ସାର୍ବଜନୀନ କାଳୀପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କାଳୀପଡ଼ିଆ ରେ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟି ସଭାପତି ସୋମନାଥ ମହାରଣା,ଉପ-ସଭାପତି ଜଗନ୍ନାଥ ପଣ୍ଡାଙ୍କ ଆବାହକତ୍ତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବଜାରର ସମସ୍ତ ବ୍ୟବସାୟୀ ଏବଂ ଅଞ୍ଚଳ ବାସୀ ବୈଠକରେ ମିଳିତ ହୋଇ ଚଳିତ କାଳୀ ପୂଜାକୁ ବହୁ ଆଡ଼ମ୍ବର ସହିତ ପାଳନ କରିବାକୁ ସହମତି ପ୍ରକାଶ କରିଥିଲେ । ଏହି ପୂଜା ଚଳିତ ବର୍ଷ ୩୬ ବର୍ଷରେ ପହଞ୍ଚିଥିବା ବେଳେ ଏହା ୫ ଦିନ ଧରି ପାଳନ କରାଯିବ । ପୂଜା ପାଇଁ ବିଭିନ୍ନ ଆକର୍ଷଣୀୟ ତୋରଣ ସହିତ ମୀନା ବଜାର ଓ ଦୋଳି ପଡ଼ିଆରେ ଶୋଭା ପାଇବ । ପ୍ରତ୍ୟେହ ସନ୍ଧ୍ୟାରେ ସଭା, ପ୍ରତିଭା ସମ୍ବର୍ଦ୍ଧନା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ପୂଜା ପାଇଁ ମା ଙ୍କ ପୀଠରେ ବଳୀ,ଚଣ୍ଡିପାଠ, ବାରୁଆଳିପୂଜା ହେବାକୁ ଥିବାବେଳେ ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ । ସର୍ବ ସାଧାରଣଙ୍କ ଉଦେଶ୍ୟରେ କମିଟି ତରଫରୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯିବ । ପ୍ରସ୍ତୁତି ବୈଠକରେ ପୂଜା କମିଟିର ବରିଷ୍ଠ ସଦସ୍ୟ ସନାତନ ମହାରଣା, ସୁଧାକର ତ୍ରିପାଠୀ,ମୀନକେତନ ବିଶ୍ୱାଳ,ମନ୍ମଥ କୁମାର ପଣ୍ଡା,ଯଶୋବନ୍ତ ପଣ୍ଡା,ସଞ୍ଜୟ ସନ୍ଧି ବିଗ୍ରହ,ଭାଷ୍କର ଚନ୍ଦ୍ର ମିଶ୍ର,ଲକ୍ଷ୍ମୀନାରାୟଣ ଦାଶ,କୋଦଣ୍ଡ ଧର ଯେନା,ସନାତନ ଯେନା,କୃପାସିନ୍ଧୁ ଖିଲାର,ନକୁଳ ଚନ୍ଦ୍ର ଯେନା,ରତିକାନ୍ତ ଜେନା ଓ ସରୋଜ କୁମାର ରାଉତ ସମେତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।