Odiapua.com

ଅଡାଳପଙ୍କ ସ୍କୁଲର ବାର୍ଷିକ ଉତ୍ସବ

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଅନ୍ୟତମ ସର୍ବ ପୁରାତନ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଅଡାଳପଙ୍କରେ ଆଜି ବାର୍ଷିକସୋôବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଛି । ପ୍ରଧାନଶିକ୍ଷକ ପିତବାସ ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ.ସୁଭେନ୍ଦ୍ର କୁମାର ମିଶ୍ର ଅବକ୍ଷୟ ମୁଖୀ ସମାଜରେ ଶୃଙ୍ଖଳିତ ଛାତ୍ରଟିଏ ନିର୍ମାଣ କରିବା ପାଇଁ ବାର୍ଷିକ ଉତ୍ସବର ବହୁଳ ଆବଶ୍ୟକତା ରହିଛି । ମୁଖ୍ୟବକ୍ତା ପ୍ରାକ୍ତନ ସହ-ଗୋଷ୍ଠୀ ଶିକ୍ଷାଧିକାରୀ ଚର୍ତୁଭୂଜ ପହି କହିଲେ,ପିଲାମାନଙ୍କ ଭିତରେ ଶୃଙ୍ଖଳା, ଧୈର୍ଯ୍ୟ, ସମୟାନୁବର୍ତିତା,ଗୁରୁଭକ୍ତି ପିଲାମାନଙ୍କ ଜୀବନ ଚର୍ଯ୍ୟାରେ ପରିଲକ୍ଷିତ ହେଲେ ଭବିଷ୍ୟତରେ ଦେଶର ସୁ ନାଗରିକ ହୋଇ ପାରିବେ । ସମ୍ମାନିତ ଅତିଥି ଆଡିଆ ସରପଂଚ ମିନା କୁମାରୀ ଜେନା, ସାଧନକେନ୍ଦ୍ର ସଂଯୋଜକ ଗୌତମ ଭୂୟାଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁସୂଦନ ଶଙ୍ଖୁଆ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । କନିଷ୍ଠ ସହାୟକ ଆଲୋକ ରଞ୍ଜନ ମୁଖାର୍ଜି ବେଦପାଠ ଓ ଅତିଥି ପରିଚୟ,ଆଶାଲତା ରାଜ ବାର୍ଷିକ ବିବରଣୀ ପାଠ, ଶିକ୍ଷୟିତ୍ରୀ ବନଲତା ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନିସ୍ୱାର୍ଥପର ଶିକ୍ଷାଦାନ ପାଇଁ ପ୍ରକାଶ ଚନ୍ଦ୍ର ସାହୁ, ,ନାରାୟଣ ଚନ୍ଦ୍ର ରାଉତ, ନିରବଚ୍ଛିନ୍ନ ସେବା ପାଇଁ ମନ୍ମଥ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ପ୍ରାଚୀପ୍ରଭା ନାୟକ, ସସ୍ମିତା ଦାସ, ଲିନାରାଣୀ ସାହୁ, ଜାନକୀ ପାଲ୍‌, ସୁଷମା ମଲ୍ଲିକ୍‌, ବୀଣାପାଣି ବେହେରାଙ୍କ ସମେତ ନରହରି ଧଳ, ପ୍ରଫୁଲ୍ଲ କର, ନିରଞ୍ଜନ ପଣ୍ଡା, ଅକ୍ଷୟ ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ଗଣେଶ ପ୍ରତିମୁର୍ତୀରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ଛାତ୍ରୀ ରୁପାଲୀ ଜେନା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ।