Odiapua.com

ଅଠର ବର୍ଷ ପରେ ଲୁହା ଶିକୁଳିରୁ ମୁକୁଳିଲେ ରାମଚନ୍ଦ୍ର

ପୁରୀ, ୨୬/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)-ପାର୍ବତୀ ପୁର ପାଇକ ସାହିର ରାମଚନ୍ଦ୍ର ଦୀର୍ଘ ୧୮ ବର୍ଷ ଧରି ଲୁହା ଶିକୁଳିରେ ବନ୍ଧା ହୋଇ ଘରେ ପଡିଥିଲେ। ରାମଚନ୍ଦ୍ର ୧୪ ବର୍ଷ ବୟସରେ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ବେଳେ ହଠାତ୍ ତାଙ୍କର ମାନସିକ ବିକୃତି ଘଟିବା ପରେ ତାଙ୍କ ମାଆ ତାଙ୍କୁ ଲୁହା ଶିକୁଳିରେ ବାନ୍ଧି ଘରେ ରଖିଥିଲେ। ଉକ୍ତ ଅଂଚଳରେ ଏକ ସାମାଜିକ ଅନୁଷ୍ଠାନ ଜିଲା ପ୍ରଶାସନକୁ ଜଣାଇବା ପରେ ସାମାଜିକ ସୁରକ୍ଷା ଅଧିକାରୀ ଓ ତାଙ୍କ ଟିମ୍ ରାମଚନ୍ଦ୍ରଙ୍କ ଘରେ ପହଂଚି ଆଜି ତାଙ୍କୁ ଶିକୁଳି ବନ୍ଧନରୁ ମୁକ୍ତ କରିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ବର୍ତ୍ତମାନ କଣାସ ଠାରେ ଥିବା ନୀଳାଚଳ ସେବା ପ୍ରତିଷ୍ଠାନକୁ ପଠାଇ ଦିଆଯାଇଛି। ସେଠାରେ ସେ ଚିକିତ୍ସା ହେବା ପରେ କଟକ ବଡ ଡାକ୍ତ ଖାନାକୁ ପଠାଯିବ ବୋଲି ସୂଚନା ରହିଛି। ରାମଚନ୍ଦ୍ରଙ୍କ ମାଆ ମନ୍ଦିର ନିକଟରେ ବସି ନିର୍ମାଲ୍ୟ ବିକ୍ରି କରନ୍ତି। ସେହି ପଇସାରେ ତାଙ୍କ ମାଆ ପୁଅ ଦୁଇ ଜଣ ଚଳନ୍ତି।