Odiapua.com

ଅଟୋ ବାଇକ ମୁହାଁ ମୁହିଁ ଧକ୍କା,ଜଣେ ମୃତ ୩ଜଣ ଗୁରୁତର

ମାଲକାନଗିରି,୩୦ା୮ (ଓଡିଆ ପୁଅ ) ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟରାଜପଥ ପୁଷୁଗୁଡା ଗ୍ରାମନିକଟରେ ଏକ ଅଟୋସହିତ ବାଇକ ମୁହାଁ ମୁହିଁ ଧକ୍କା ହୋଇ ଘଟଣାସ୍ଥଳରେ ବାଇକ ଆରୋହିର ମୃତ୍ୟୁ ଘଟିଥିବା ବେଳେ ଅଟୋରେ ଥିବା ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ଆଜି ସକାଳେ ମାଲକନଗିରି ଥାନାସ୍ଥ ଶିଖପାଲି ପଚାଂୟତ କୁଡିଲଗୁଡା ଗ୍ରାମର ଭିମାକବାସୀ (୨୫)ନାମକ ଜଣେ ଆଦିବାସୀ ଯୁବକ କୋଟାଂ କୁ ଠିକାଦାରଙ୍କ ନିକଟରୁ ବାକି ମଜୂରୀ ଟଙ୍କା ଆଣିବାକୁ ଏକ ବାଇକ ଯୋଗେ ଯାଉଥିଲେ ଷ ମୋଟୁ ଥାନାସ୍ଥ ପୁଷୁଗୁଡା ଗ୍ରାମନିକଟରେ ହଟାତ ଏକ ଅଟୋ ସାମନାପଟରୁ ପଳାଇଆସିଥିଲା, ଅଟୋ ଓ ବାଇକ ମୁହାଁ ମୁହିଁ ଧକ୍କା ଲାଗି ଯାଇ ବାଇକଆରୋହି ଦୁରକୁ ଛିଟିକି ପଡି ତାଙ୍କର ମୁଣ୍ଡଫାଟି ଯାଇ ଘଟଣାସ୍ଥଳରେ ମୃତ୍ୟୁଘଟିଛି । ଅଟୋରେ ବସିଥିବା ୩ଜଣ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ନିକଟରେ ଥିବା ଗ୍ରାମବାସୀ ପୁଲିସ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେ ।ମୋଟୁ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହାୟତାରେ ଆହତ ମାନଙ୍କୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ପୁଲିସ ଭିମାର ମୃତ ଶରୀର ଜବତ କରି କାଲିମେଳା ଡାକ୍ତର ଖନାକୁ ଶବ ବ୍ୟବଛେଦ ନିମନ୍ତେ ପଠାଇ ଦୁର୍ଘଟଣା ସଂପର୍କରେ ତଦନ୍ତ ଚଳାଇଛନ୍ତି । ସୁଚନା ଯୋଗ୍ୟ ଯେ କୁଡିଲଗୁଡା ଗ୍ରାମର ଭିମା କବାସୀ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ସେ ଆନ୍ଦ୍ରପ୍ରଦେଶ କୋଟାଂର ଜଣେ ଠିକାଦାରଙ୍କ ନିକଟରେ କାମକରି ନିଜର ପରିବାର ପ୍ରତିପୋଷଣ କରିଥାଏ, ଲକଡାଉନ ହୋଇଥିବାରୁ ଠିକାଦାରଙ୍କ ନିକଟରେ ମଜୂରୀ ଟଙ୍କା ବାକି ଥିଲା,ଭୀମା ସେହି ଟଙ୍କା ଆଣିବା ପାଇଁ ମୋଟୁ ରାସ୍ତାରେ କୋଟାଂକୁ ଯାଉଥିବା ବେଲେ ପୁଷୁଗୁଡା ଗ୍ରାମନିକଟରେ ଅଟୋ ସହିତ ଦୁର୍ଘଟଣା ହୋଇ ତାଙ୍କର ମୃତ୍ୟୁ ଘଟିଛି । ମୃତ ଭୀମାଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।