Odiapua.com

ଅଟୋ ଧକ୍କାରେ ସାଇକେଲ ଆରୋହି ମୃତ, ରେଡ଼କ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ପ୍ରଦାନ କଲେ ତହସିଲଦାର

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଉତୁକୁଡ଼ା ଗ୍ରାମର ଅରୁଣ କୁମାର ବେହେରା ଅଟୋ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ ସୂତ୍ର ରୁ ପ୍ରକାଶ, ଅରୁଣ କୌଣସି କାର୍ଯ୍ୟରେ ନିକଟସ୍ଥ ବଜାରକୁ ଯାଉଥିବାବେଳେ ପଛପଟରୁ ଏକ ଅଟୋ ଅରୁଣ ଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରେ ଛଟିକି ପଡ଼ିଥିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେହି ତାଙ୍କ ମୃତ୍ୟୁ ଘଟିଥିଲା। ଅଟୋଟି ପଶ୍ଚିମବଙ୍ଗର ଥିବା ଜଣାପଡ଼ିଛି। ଚାନ୍ଦବାଲି ପୋଲିସ ଅଟୋକୁ ଜବଦ କରିଛି ଏବଂଅଟୋ ଥିବା ଜଣେ ସହଯୋଗୀକୁ ଗିରଫ କରାଯାଇଛି। କିନ୍ତୁ ଚାଳକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି.ମୃତ ଅରୁଣ ଜଣେ ରୋଷେୟା ଭାବେ କାମ କରି ନିଜ ପରିବାରକୁ ପ୍ରତିପୋଷଣ କରୁଥିବା ବେଳେ ତାଙ୍କର ଦୁଇ ଛୋଟ ପୁଅ ଅଛନ୍ତି ଏବଂ ସ୍ତ୍ରୀ ଜଣେ ଭିନ୍ନକ୍ଷମ। ଅରୁଣଙ୍କ ମୃତ୍ୟୁ ଖବର ପାଇବା ପରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ରେଡ଼କସ ପାଣ୍ଠିରୁ ୨୦ ହଜାର ଟଙ୍କା ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି ।