Odiapua.com

ଅଟକ ବ୍ୟକ୍ତିଙ୍କୁ ଥାନାରୁ ଛାଡିଦେବା ପ୍ରତିବାଦରେ ମହିଳାଙ୍କ ଧାରଣା ୨ୟ ଦିନରେ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଉତ୍ତରବାଡ ଗ୍ରାମର ଅନୁସୂୟା ଯେନାଙ୍କ ପରିବାର ଉପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଶନିବାର ଅପରାହ୍ନରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପ୍ରଥମେ ଥାନାରେ ଅଟକ ରଖାଯିବା ଓ ପରେ ଛାହିଦିଆଯିବା ଘଟଣାର ପ୍ରତିବାଦ କରି ରବିବାର ସନ୍ଧ୍ୟାରୁ ମହିଳାମାନଙ୍କ ଧାରଣା ୨ୟ ଦିନ ସୋମବାର ଅବ୍ୟାହତ ରହିଛି । ଚାପଗ୍ରସ୍ତ ହୋଇ ପୁଲିସ ଅନୁସୂୟାଙ୍କ ପକ୍ଷରୁ ହୋଇଥିବା ଏତାଲା ଉପରେ ମାମଲା ଋଜୁ କରାଯାଇଛି । ହେଲେ ଜିମାନାମା ଲେଖି ଛାଡିଦେଇଥିବା ଅଭିଯୁକ୍ତକୁ ଧରିବାକୁ ପୁଲିସ ବିଫଳ ହୋଇଛି । ଅନ୍ୟପକ୍ଷରେ ଅଭିଯୋଗକାରିଣୀ ଅନୁସୂୟାଙ୍କ ଅପରପକ୍ଷ ଅଭିଯୋଗ ଉପରେ ବି ମାମଲା ଋଜୁ କରିଛି ପୁଲିସ । ଘଟଣା ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଇନଥିବା ବେଳେ ଏହା କ୍ରମଶଃ ଜଟିଳ ହେବାରେ ଲାଗିଛି ।