Odiapua.com

ଅଜୟ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ

ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଜଣାଶୁଣା ସମାଜସେବୀ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି, ଭଦ୍ରକ ପୁସ୍ତକ ମେଳାର ସମ୍ପାଦକ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ, ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଦସ୍ୟ ଅଜୟ ନାୟକ ହାଇଦ୍ରାବାଦ୍ ସ୍ଥିତ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଲୋଜି ହସ୍‌ପିଟାଲରେ ଅସ୍ତ୍ରୋପଚାର ଜନିତ ଚିକିତ୍ସାଧୀନ ରହିଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଭଦ୍ରକର ବହୁ ବୁଦ୍ଧିଜୀବୀ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦୀପଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜୟ ନାୟକ, ଡ. ରାମଚନ୍ଦ୍ର ପଣ୍ଡା, ପବିତ୍ର ପାଣିଗ୍ରାହୀ, ହରିଶ୍ ଚନ୍ଦ୍ର ଦାସ, ମନୋରମା ରାୟ, ଚୈତାଳୀ ଖିଲାର, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, କରୁଣାକର ବେହୁରିଆ, ବୈଲୋଚନ ବେହୁରିଆ, ସୁଧାକର ରାଉତ, ରୂପକ ବିହାରୀ ରାୟ ପ୍ରମୁଖ ସାମିଲ ହୋଇ ଦୀପଦାନ କରିଥିଲେ ।