Odiapua.com

ଅଜଣା ଶବ୍ଦରେ ଭୟଭୀତ ସ୍ଥାନୀୟ ଲୋକେ

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚୁଡ଼ାମଣି ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଭୟଙ୍କର ଶବ୍ଦରେ ଥରହର ହୋଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏକ ଅଜଣା ବସ୍ତୁ ହଠାତ୍ ଭୟଙ୍କର ଶବ୍ଦ କରି ଚୁଡ଼ାମଣି ଆଡିଆ ଜେଟି ନିକଟବର୍ତ୍ତୀ ଚିଙ୍ଗୁଡି ପ୍ଲାଣ୍ଟରେ ପଡିଥିଲା।ଭୟଙ୍କର ଶବ୍ଦ ଶୁଣି ଦୌଡ଼ି ଆସିଥିଲେ ପ୍ଲାଣ୍ଟରେ କାମ କରୁଥିବା ଶ୍ରମିକ। ଅଜଣା ବସ୍ତୁ ୪/୫ ଫୁଟ୍ ମାଟି ଭିତରକୁ ପଶିଯାଇଥିଲା। ତାର କିଛି ସମୟପରେ ଆଉ ଏକ ଶବ୍ଦ ସହିତ ୧୦ ଫୁଟ ଗଭୀର ମାଟି ଭିତରେ ପଶିଯାଇଥିଲା। ଯାହା ବାହାର କରିବା କଷ୍ଟକର ଥିଲା। ଏହି ସମୟ ରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଥିଲା। ବର୍ଷା ଛାଡ଼ିବା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିବା ସହିତ ଶାବଳ ସାହାଯ୍ୟ ରେ ଖୋଳି ବାହାର କରିଥିଲେ। ପରେ ଜାଣିବାକୁ ପାଇଲେ ଯେ ଏହା ଏକ ପିତଳ ଏବଂ ଶିଶା ରେ ନିର୍ମିତ ଏକ ପାତ୍ର ଭଳି ବସ୍ତୁ। ପ୍ଲାଣ୍ଟ ରେ କାର୍ଯ୍ୟରତ କର୍ମଚାରୀ ନିକଟସ୍ଥ ସାମୁଦ୍ରିକ ଥାନା କୁ ଅବଗତ କରାଇଥିଲେ। ଖବରପାଇ ସାମୁଦ୍ରିକ ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମାଟିରୁ ବାହାରିଥିବା ଉକ୍ତ ଅଜଣା ବସ୍ତୁ କୁ ଥାନାକୁ ଆଣିଥିଲେ। ଉକ୍ତ ଘଟଣା ପରେ ଚୁଡ଼ାମଣି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।