Odiapua.com

ଅଜଣା ଶବର ମୁକ୍ତି ସାରଥୀ “ସମ୍ବଳ”ର ୫୦୦ ତମ ଶବ ସତ୍କାର, ଜ଼ିଲ୍ଲାପାଳ ଓ ଏସପି ଦେଲେ ମୁଖାଗ୍ନି

ସମ୍ବଲପୁର, ୦୮/୦୧ (ଓଡ଼ିଆ ପୁଅ/ସରୋଜ ସାହୁ): ଅଜଣା ଶବର ମୁକ୍ତି ସାରଥୀ ହେଉଛି ସମ୍ବଲପୁରର “ସମ୍ବଳ” ଅନୁଷ୍ଠାନ। ଆଉ ଏହି ମୁକ୍ତି ସାରଥୀ “ସମ୍ବଳ” ପକ୍ଷରୁ ଆଜି ଦାହ କରାଯାଇଛି ୫୦୦ ତମ ଅଜଣା ଶବ। ଏହି ଶବ ସତ୍କାରରେ ସାମିଲ ହୋଇଛନ୍ତି ସମ୍ବଲପୁର ର ନୂତନ ଭାବେ ଯୋଗଦାନ କରିଥିବା ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ଵି. ଗଙ୍ଗାଧର ମୁଖାଗ୍ନି ଦେଇଥିଲେ। ଗତ ୫ ତାରିଖ ଦିନ ସମ୍ବଲପୁର ଟାଉନଥାନା ଅନ୍ତର୍ଗତ ମୋଦିପଡ଼ା ଦେଉଳବନ୍ଧ ରେଳ ଲାଇନ କଡ଼ରେ ଥିବା ଏକ ଡ୍ରେନରୁ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଥିଲା। ଟାଉନ ଥାନା ପୋଲିସ ଏହି ଅଜଣା ଶବକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପରେ ଆଜି ସମ୍ବଳ ପକ୍ଷରୁ ଶବ ସତ୍କାର କରାଯାଇଛି। ଆଜିକାର ଏହି ଶବ ସତ୍କାର ସମୟରେ ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଏସପି ଵି. ଗଙ୍ଗାଧର ଙ୍କ ସମେତ ଅତିରିକ୍ତ ଜ଼ିଲ୍ଲାପାଳ ଉମାକାନ୍ତ ରାଜ, “ସମ୍ବଳ” ଅନୁଷ୍ଠାନର ରାମଦାସ ପଣ୍ଡା, ସୁବ୍ରତ ପଣ୍ଡା, ସୁଧୀର ପଣ୍ଡା, ପଞ୍ଚାନନ ତ୍ରିପାଠୀ, ଗୋବିନ୍ଦ ଅଗ୍ରୱାଲ, ପ୍ରମୁଖ ସାମିଲ ଥିଲେ।