Odiapua.com

ଅଜଣା ରୋଗରେ ପୀଡିତା ଆଦିବାସୀ ଯୁବତୀର ଚିକିତ୍ସା ବ୍ୟବସ୍ଥା କଲା ଜିଲ୍ଲାପ୍ରଶାସନ

ମାଲକାନଗିରି,୫ା୫(ଓଡିଆ ପୁଅ ) ଅଜଣା ରୋଗରେ ପିଡିତା ଜଣେ ଗରିବ ଆଦିବାସୀ ଯୁବତୀ ର ଚିକିତ୍ସା ପାଇଁ ସହାୟତାର ହାତବଢାଇଛି ଜିଲ୍ଲା ପ୍ରଶାସନ ,ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ, ବଚିଂବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଆକୁଳନିବେଦନ କରିବା ଘଟଣା ଗତ କାଲି ଓଡିଆ ପୁଅ ୱେବ ନିୟୁଜରେ ପ୍ରକାଶିତ ହେବାପରେ ଜିଲ୍ଲାପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ତାର ଚିକିତ୍ସାର ବ୍ୟବସ୍ଥା କରିଛନ୍ତି । ଖଇରପୁଟ ବ୍ଲକସ୍ଥ ପାରକାନମାଳା କଲୋନିର ୧୯ବର୍ଷର ଆଦିବାସୀ ଯୁବତୀ ଲଳିତା ଗୋଲରୀ ଅଚିହ୍ନାରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଥିଲେ, ଏ ସଂପର୍କରେ ଜିଲ୍ଲାପ୍ରସାସନ ଓ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା ଅରୁଣକୁମାର ପାଢିଙ୍କ ଜାଣିବା ପରେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲାହସପିଟାଲକୁ ଆଣାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ଲଳିତା ପୁବ ର୍ରୁ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର ଛାତ୍ରୀ ଥିବାରୁ ଏକାଡେମୀର ମୁଖ୍ୟ ବିନାଶ କୁମାରମିଶ୍ର ଓ ଏକାଡେମୀର ସଭାପତି ରତ୍ନାକରଦାଶ ଆଜି ମାଲକାନଗିରି ଜିଲ୍ଲାହସପିଟାଲରେ ପହଁଚି ଚିକିତ୍ସିତ ହେଉଥିବା ଲଳିତା ଓ ତାଙ୍କ ବାପା ପଦ୍ମଲାମ ଗୋଲରୀ,ମା ଲକ୍ଷମ୍ମୀ ଗୋଲରୀ ଙ୍କୁ ଭେଟି ଆଶ୍ୱସନା ଦେଇ ଲଳିତାର ଆସୁ ଆରୋଗ୍ୟ କାମନା କରିଥିଲେ ଓ ସିଡିଏମଓଙ୍କୁ ତାଙ୍କଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ । ଲଳିତା ଙ୍କୁ କୌଣସି ଅଚିହ୍ନାରୋଗ ହୋଇ ନାହିଁ ତାଙ୍କ ପାକସ୍ଥଳିରେ ଟ୍ୟିମୋର କିମ୍ବା ତାଙ୍କୁ ଟିବି ରୋଗ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି,ଏହି ରୋଗର ଚିକିତ୍ସା ମାଲକାନଗିରି ଜିଲ୍ଲା ହସପିଟାଲ ରେ ହୋଇପାରିବ । ଆସନ୍ତା କାଲି ତାଙ୍କର ଅଲ୍ଟ୍‌ାସାଉଣ୍ଡ କରିବା ପରେ ପ୍ରକୃତ ରୋଗ କଣ ଜଣାପଡିବ, ଯଦି ଅନ୍ୟ କୌଣସି ରୋଗ ହୋଇଥାଏ ଆବଶ୍ୟକ ପଡିଲେ ତାଙ୍କର ମାଗଣାରେ ଉଚ୍ଚତର ଚିକିତ୍ସା ନିମନ୍ତେ କଟକ କିମ୍ବା ଆନ୍ୟ ବଡ ହସପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ସିଡିଏମଓ ଡା ଶ୍ରୀ ପାଢି କହିଛନ୍ତି । ସୁଚନା ଯୋଗ୍ୟଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ପରକାନମାଳା ଗ୍ରାମର ପଦ୍ମଲମ ଗୋଲରୀ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ବ୍ୟକ୍ତି, ଘରକୁ ପତ୍ନୀ ଲକ୍ଷମ୍‌ି ଗୋଲରୀ,ବଡ ଝିଅ ଲଲିତା ଗୋଲରୀ(୧୯)ପୁଅ ପ୍ରଦୀପ ଗୋଲରୀ । ପଦ୍ମଲମ ଛୋଟ କାଟିଆ ମିସ୍ତ୍ରୀ କାମ ସହ ପରଘରେ ମୂଲ ମଜୁରୀ ଲାଗି ନିଜପରିବାର ବହୁକଷ୍ଟରେ ଚଳାଇଥାନ୍ତି । ଗତ ଦୁଇବର୍ଷ ହେଲା ଲଳିତା ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ଦିନକୁ ଦିନ ଛୋଟପିଲା ପରି ଦେଖା ଯିବା ସହ ନର କଙ୍କାଳ ପାଲଟି ଯାଇଥିଲେ,ଗତ ଚାରିମାସ ତଳେ ଏହି ରୋଗ ଅତ୍ୟଧିକ ମାତ୍ରାରେ ବଢିଯାଇ ସେ ଯାହା ଖାଇଲା ସବୁ ବାନ୍ତି ହୋଇଗଲା,ଖାଦ୍ୟ ପେଟକୁ ଯାଉନଥିବାରୁ ଲଳିତା କଲେଜରେ ଭଲ ପାଠପଢୁଥିଲେ ମଧ୍ୟ ତାଙ୍କର ଦେହଖରାପ ଯୋଗୁଁ ପାଠପଢାରେ ଡୋରି ବନ୍ଧାହୋଇ ଗଲା ।ଘରେ ଯାହା ଟଙ୍କା ପାଇସା, ଗାଇ ଗୋରୁ ଥିଲା ବିକ୍ରୀ କରି ବିଭିନ୍ନ ସ୍ଥାନରେ ଡାକ୍ତର ଦେଖାଇ ସବୁ ସରିଗଲା ହଲେ ଲଳିତା ଭଲ ହେବା ପରିବର୍ତେ ଦିନକୁ ଦିନ ତାଙ୍କର ଦେହ ଖରାପ ହୋଇ ଦେହ ନର କଙ୍କାଳା ସଦୃଶ୍ୟ ଦେଖା ଗଲା । ଲଳିତା ଙ୍କ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତିକରୁଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହୋଇ ବଚିଂବାପାଇଁ ବିଛଣାରେ ପଡି ରହିଥିଲେ, ଗତକାଲି ସେ ଓ ତାଙ୍କ ମା ଲକ୍ଷ୍‌ମି ଜିଲ୍ଲାପ୍ରଶାସନ ଓ ଗଣମାଧ୍ୟମ ନିକଟରେ ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ଆକୁଳ ନିବେଦନ କରିଥିଲେ ।