Odiapua.com

ଅଜଣା ରୋଗରେ ଗାଈଗୋରୁ ଆକ୍ରାନ୍ତ

ନୟାଗଡ଼, ୨୫ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାରେ ଗାଈଗୋରୁଙ୍କୁ ଏବେ ଅଜଣା ରୋଗ ବ୍ୟାପିଛି। ଶହ ଶହ ଗାଈଗୋରୁ, ଛେଳି, ମେଣ୍ଢା ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହା ଏକ ଭୂତାଣୁ ଜନିତ ରୋଗ ବୋଲି କୁହାଯାଉଥିବାବେଳେ ଦିନକୁ ଦିନ ମୃତ ଗାଈଗୋରୁଙ୍କ ସଂଖ୍ୟା ବଢୁଥିବାରୁ ଗୋପାଳକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପଲ ପଲ ମେଣ୍ଢା ଆଖି ଆଗରେ ମରି ପଡ଼ୁଥିବାବେଳେ ମେଣ୍ଢାଚାଷୀମାନେ ଅଥୟ ହୋଇପଡ଼ିଛନ୍ତି। ଗାଈଗୋରୁ, ମେଣ୍ଢାଙ୍କ ଦେହରୁ ଲୋକ ଉପୁଡ଼ି ପଡ଼ୁଥିବାବେଳେ ଗୋଡ଼ ଅକାମୀ ହୋଇପଡ଼ୁଛି। ମୃତ ଗାଈଗୋରୁଙ୍କ ସଂଖ୍ୟା ବଢୁଥିବାବେଳେ ସେମିତି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି।