Odiapua.com

ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର: ଅପମୃତ୍ୟୁ ମାମାଲା ରୁଜ୍ଜୁ

କୋଲାବିରା, ୫।୧୨ (ଓଡ଼ିଆ ପୁଅ/ନିଶିତ ବହିଦାର) କୋଲାବିରା ଥାନା ଅନ୍ତର୍ଗତ କେଲଡାମାଲ ପଂଚାୟତର କେଲଡାମାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ଭିତରେ ଗଳିତ ଅବସ୍ଥାରେ ପଡିଥିବା ଏକ ଅଜଣା ଶବକୁ ପୁଲିସ ଉଦ୍ଧାର କରିଛି। ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତକାର ବୟସ ୨୫ ରୁ ୩୦ ବର୍ଷ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆଜୁ ସକାଲୁ ଧାନ କଟିବାକୁ ଯାଇଥିବା କେଲେଣ୍ଡାମାଲ ଗ୍ରାମର କିଛି ଲୋକ ଜଙ୍ଗଲ ଭିତରୁ ଉତ୍କଟ ଗନ୍ଧ ହେଉଥିବା ଜଣିବାକୁ ପାଇଥିଲେ। ଏବଂ କାଳେ କୈାଣସି ଜଙ୍ଗଲି ପଶୁ ମୃତାହତ ହୋଇଥିବା ଭାବି ଜଙ୍ଗଳ ଭିତରକୁ ପ୍ରବେଶ କରିଥିଲେ। ମାତ୍ର ସେଠାରେ ଜଣେ ମହିଳାଙ୍କ ମୃତଦେହ ଗଳିତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇ ପୁଲିସ କୁ ସୂଚନା ଦେଇଥିଲେ। କୋଲାବିରା ପୁଲିସ ଘଟଣାସ୍ଥଳକୁ ପହଂଚି ମୃତ ଦେହକୁ ଜବତ୍ କରିବା ସହ ବ୍ୟବଚ୍ଛେଦ ପାଇ ପଠାଇଥିଲା। ସଂଧ୍ୟା ପର୍ଯ୍ୟନ୍ତ ଉକ୍ତ ଅଜଣା ମୃତ ମହିଳାଙ୍କ କୈାଣସି ପରିଜନ କିମ୍ବା ପରିଚିତ ପକ୍ଷରୁ କୈାଣସି ସୂଚନା ମିଳିନଥିବାରୁ ବ୍ୟବଚ୍ଛେଦ ପରେ ମୃତଦେହକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ରଖାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହା ଆତ୍ମହତ୍ୟା ନା ହତ୍ୟା ସେ ସଂକ୍ରାନ୍ତରେ କୈଣସି ପ୍ରକାର ତଥ୍ୟ ତଦନ୍ତ ଅବସରରେ ମିଳିପାରି ନାହିଁ।