Odiapua.com

ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

ହାଟଡିହି- ୧୪ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ଶୀଳପୋଖରୀ ଗ୍ରାମ ନିକଟରୁ ଜଣେ ଅଜଣା ବ୍ୟକ୍ତିର ମୃତଦେହକୁ ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ଜଣେ ଅପରିଚିତ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଗତ ତିିନି ଚାରିମାସ ହେଲା ଶୀଳପୋଖରୀ ସ୍କୁଲ ବାରଣ୍ଡାରେ ରହି ଆସୁଛି । ସେ ଦିନଯାକ ଏଣେ ତେଣେ ବୁଲାବୁଲି କରି ପୁଣି ରାତି ହେଳେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଥାଏ । ମାତ୍ର ଆଜି ସକାଳୁ ସେ ସ୍କୁଲ ବାରଣ୍ଡାରେ ମୃତ୍ୟୁ ବରଣ କରିଥିବା ଗାଁ ଲୋକେ ଦେଖି ସୋସୋ ପୁଲିସକୁ ଖବର ଦେଇଥିଲେ । ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରିବା ସହିତ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି । ମୃତ ବ୍ୟକ୍ତିର ପରିଚୟ ମିଳିପାରି ନାହିଁ ।