Odiapua.com

ଅଜଣା ବ୍ୟକ୍ତିର ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

କଟକ :୪/୧୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ପୁରିଘାଟ ଥାନା ଅନ୍ତର୍ଗତ କାଠଯୋଡି ନଦୀର ଗଣେଶ ଘାଟ ଗଡାରେ ଏକ ଅଜଣା ବ୍ୟକ୍ତିର ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ କରାଯାଇଛି। ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟାକରିବା ପରେ ପୋଡିଦେବାକୁ ଚେଷ୍ଟା କରୁଥିବା ବେଳେ ଶବଟି ଅଧା ପୋଡ଼ା ହୋଇ ନଦୀ ବାଲିରେ ଅଧା ପୋତି ହୋଇ ରହିଥିଲା। ଏହି ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ପୁରିଘାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛି। ଘଟଣା ସ୍ଥଳରେ କଟକ ଡ଼ିସିପି ପ୍ରତୀକ ସିଂ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଘଟଣାଟି କିପରି ଘଟିଛି ଓ ମୃତବ୍ୟକ୍ତି କିଏ ତାହାର ଅନୁସନ୍ଧାନ ଜାରି ରହିଥିବା କଥା କହିଛନ୍ତି ଡ଼ିସିପି। ଅନ୍ୟପକ୍ଷରେ ଘଟଣା ଘଟିଥିବା ସ୍ଥାନରେ ଏକ ସାଇକେଲ ମିଳିଛି, ଯାହା ଘଟଣା କୁ ଅଧିକ ରହସ୍ୟମୟ କରିଛି। ଆଗମୀ ସମୟରେ ଡଗ ସ୍କ୍ୱାର୍ଡ ଓ ପୋଲିସ ର ଅଧିକ ତଦନ୍ତ ପରେ ଘଟଣା ଉପରୁ ପର୍ଦା ଉଠିବ ବୋଲି କୁହାଯାଉଛି।