Odiapua.com

ଅଜଣା ଜୀବ କାମୁଡାରେ ଦୁଇ ମୃତ – ଗ୍ରାମରେ ଭୟର ବାତାବରଣ

ବଲାଙ୍ଗୀର ୧୬-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ସୁରଥ ସାହୁ ନାମକ ଜଣେ ବ୍ୟକ୍ତି ( ୩୫) ଙ୍କର ଅଜଣା ଜନ୍ତୁ କାମୁଡିବା ଯୋଗୁଁ ଶୋଚନୀୟ ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ମୃତ ସୁରଥ ବିଛଣାରେ ଶୋଇ ଥିବା ଅବସ୍ଥାରେ କିଛି ଗୋଟିଏ ବିଷାକ୍ତ ଜୀବ କାମୁଡି ଦେଇ ଚାଲିଯାଇଥିଲା। ସୁରଥଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ଦେଖି ପରିବାର ଲୋକେ ଏକ ଅଟୋ ଯୋଗେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିଲେ। ଚିକିତ୍ସା ଆରମ୍ଭ କରିବା କିଛି ସମୟ ପରେ ସୁରଥ ମୃତ୍ୟୁ ବରଣ କରିଥିଲେ। ସେହିପରି ଉକ୍ତ ଗ୍ରାମର କିକିଆ ବାଗ (୪୮)ନାମ୍ନୀ ଜଣେ ମହିଳା ଗତ ୧୫ ତାରିଖରେ ଏପରି ଏକ ଅଜଣା ଜନ୍ତୁ କାମୁଡ଼ି ଦେବାରୁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ଚର୍ଚ୍ଚା ହେଉଛି। ଏ ନେଇ ମୃତ ସୁରଥଙ୍କ ଶବ ବ୍ୟବଚ୍ଛେଦ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।