Odiapua.com

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ଯୁବକ କେଉଁ ଅଞ୍ଚଳର ତାଙ୍କର ପରିଚୟ ମିଳି ପାରି ନାହିଁ 

ବାହାନଗା,୨୮ା୧୨(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନଂ ଜାତୀୟ ରାଜପଥ ଓଳିଆପାଟଣା ଡାଇଭରସନ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ‌ଙ୍କର ମୃତ୍ୟୁ ହୋଇ ଥିବାରେ ଜଣାପଡ଼ିଛି । କିନ୍ତୁ ଯୁବକ କେଉଁ ଅଞ୍ଚଳର ତାଙ୍କର ପରିଚୟ ମିଳି ପାରି ନାହିଁ । ସୂଚନା ଅନୁସାରେ ଆଜି ଅପରାହ୍ନରେ ଓଳିଆପାଟଣା ଡାଇଭରସନ ନିକଟରେ ଏକ ଅଜଣା ଗାଡ଼ି ଯୁବକଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ରକ୍ତ ଜୁଡ଼ୁବୁବୁଡ଼ୁ ଅବସ୍ଥାରେ ରାସ୍ତା କଡ଼ରେ ଯୁବକ ପଡ଼ିଥିଲ । ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇ ଥିବାର ସୂଚନା ମିଳିଛି । ଏବଂ ଏକ ଲାଲ ରଙ୍ଗର ଏକ୍ଟିଭା (ଓଡ଼ି୦୧ୟ୍ୟୁ ୬୯୭୫) ପାଖରେ ପଡ଼ିଥିବାର ଜଣାପଡ଼ି ଥିଲା । ଏବାବଦରେ ଖନ୍ତାପଡ଼ା ଥାନାରେ ଏକ ୪୦୭/୨୦ ମାମଲା ରୁଜୁ କରାଯାଇ ତଦନ୍ତ ହେଉଥିବାର ଜଣାପଡ଼ିଛି ।