Odiapua.com

ଅଜଣା ଗାଡି ଦୁର୍ଘଟଣାରେ ଭାଇ-ଭଉଣୀଙ୍କ ମୃତ୍ୟୁ

ଯାଜପୁର୧୫ା୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଏକ ବାଇକ୍‌ଯୋଗେ ଭାଇ-ଭଉଣୀ ଜାତୀୟ ରାଜପଥରେ ଯାଉଥିବା ବେଳେ ଦୁର୍ଘଟଣାରେ ଉଭୟ ମୃତ‌୍ୟୁ ବରଣ କରିଥିବା ସୂଚନା ମିଳିଛି । ୧୬ ନଂ ଜାତୀୟ ରାଜପଥ ଧର୍ମଶାଳା ଥାନା ବାରବାଟୀ ଦୁର୍ଗାପୁର ନିକଟରେ ଅଜଣା ଗାଡି ଧକ୍କାରେ ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଛି। ମୃତ ବରଣ କରିଥିବା ଭାଇ ଭଉଣୀ ହେଲେ ମସୁରପୁର ଗ୍ରାମର ଆଦିତ୍ୟ ମହାନ୍ତି (୩୮) ଓ ସସ୍ମିତା ମହାନ୍ତି (୩୨)। ଭାଇ ଭଉଣୀ ଏକ ବାଇକ ଯୋଗେ ଆସୁଥିବା ବେଳେ ପଛରୁ ଅଜଣା ଗାଡି ଧକ୍କା ଦେଇଥିଲା। ଉଭୟ ତଳେ ପଡି ଯିବା ପରେ ଗାଡି ସେମାନଙ୍କ ଉପରେ ଚଢି ଯାଇ ଫେରାର ହୋଇ ଯାଇଛି। ସୂଚନା ମିଳିବା ପୁଲିସ ଘଟଣାସ୍ଥଳରେ ପହଂଚି ୨ ମୃତଦେହ ଜବତ କରିଛି।