Odiapua.com

ଅଜଣା ଗାଡ଼ି ଧକ୍କାରେ ହୋମଗାର୍ଡ ମୃତ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଜଣା ଗାଡ଼ି ଧକ୍କାରେ ଭଦ୍ରକ ଟାଉନ ଥାନାର ହୋମଗାର୍ଡ ରତିକାନ୍ତ ମଳିକ(୪୪)ଙ୍କର ମୃତ୍ୟୁ ଘଟିଛି।ଗତ ଶନିବାର ଦିନ ସକାଳେ ରତିକାନ୍ତ ରାତ୍ରିକାଳୀନ ଡ୍ୟୁଟି ସାରି ନିଜର ବାଇକ(ଓଡ଼ି-୨୨ଏଫ-୭୪୨୬)ନେଇ ତାଙ୍କ ଘର ଧାମନଗର ବ୍ଲକର କାସିମପୁର ଗ୍ରାମକୁ ଫେରୁଥିଲେ।ଅସୁରାଳି-ଓରାଳି ରାସ୍ତାର ପତ୍ରିବିନ୍ଧା ଅଉ ଗଛ ନିକଟରେ ପଛପଟୁ ଏକ ଅଜଣା ଚାରି ଚକିଆ ଯାନ ରତିକାନ୍ତଙ୍କ ବାଇକକୁ ଦ୍ରୁତଗତିରେ ଧକ୍କା ଦେଇ ଫେରାର ହୋଇ ଯାଇଥିଲା।ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ରତିକାନ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ତାଙ୍କ ପରିବାରକୁ ଖବର ଦେଇଥିଲେ।ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ରତିକାନ୍ତଙ୍କୁ କଟକ ଏସସିବି ମେଡ଼ିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା।ସେଠାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ବେଳେ ଗତକାଲି ରାତିରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।ବୁଧବାର ନିକଟସ୍ଥ କାସିମପୁର ଠାରେ ମୃତ ହୋମଗାର୍ଡ ରତିକାନ୍ତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।ବଡ଼ ପୁଅ ଶୁଭମ ମୁଖାଗ୍ନି ଦେଇଛନ୍ତି।