Odiapua.com

ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ମୃତ୍ୟୁ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଳକ୍ ଅଧିନ ତଳଦୁମୁକା ଗାଁର ଅସହାୟ ଚାଷୀ ଜୟଦେବ ନାୟକ(୬୯) ଝିଅ ଘରୁ ସନ୍ଧ୍ୟା ସମୟରେ ଆରଡି ଦେଇ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଗୁରୁତର ଭାବେ ଚେତାଶୂନ୍ୟ ହୋଇ ରାସ୍ତାରେ ପଡ଼ିଥିଲେ। ଫଳରେ ଦୂର୍ଘଟଣା ଘଟାଇଥିବା ଗାଡି ଦୃତ ଗତିରେ ଘଟଣାସ୍ଥଳରୁ ପଳେଇ ଯାଇଥିଲା। ହେଲେ ରାସ୍ତାରେ ମୃମୁସ ଅବସ୍ଥାରେ ପଡିରହିଥିବା କିଛି ପଥଚାରୀ ଦେଖି ପରିବାର ଲୋକଙ୍କୁ ଖବର ଦେବାରୁ ଚାଷୀ ଜୟଦେବଙ୍କୁ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ନେଇଥିଲେ। ହେଲେ ମୁଣ୍ଡରେ ଗଭୀର ଆଘାତ ହୋଇଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ମୃତ୍ୟୁ ଘଟିଥିଲା। ଏପଟେ ଜୟଦେବ ଧାନ ଚାଷ କରି ଯାହାକିଛି ରୋଜଗାର କରନ୍ତି ନିଜର କୁଟୁମ୍ବ ପ୍ରତିପୋଷଣ କରୁଥିବାରୁ ପରିବାର ଲୋକ ଭାଙ୍ଗି ପଡିଛନ୍ତି । ଏହି ଅସହାୟ ପରିବାରକୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଗାଁ ଲୋକ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି।